ଜଳ ଯୋଗାଣ କର୍ମଚାରୀ ମହାସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଏସ.ଇ.ଏମ. ଓ ଗ୍ରାମାଞ୍ଚଳ ଜଳ ଯୋଗାଣ କର୍ମଚାରୀ ମହାସଙ୍ଘ ପକ୍ଷରୁ ସୋମବାର ଜିଲ୍ଲାପାଳଙ୍କୁ ଏକ ୮ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ସେମାନଙ୍କ ଦାବି ଗୁଡିକ ମଧ୍ୟରେ ଏସ.ଇ.ଏମ୍‌. ପଦବୀ ଉଚ୍ଛେଦ କରାଯାଇ ସେମାନଙ୍କୁ ଗ୍ରାମ୍ୟ ଜଳ ଯୋଗାଣ କର୍ମଚାରୀର ମାନ୍ୟତା ପ୍ରଦାନ, କୁଶଳୀ, ଅତିକୁଶଳୀ, ଅର୍ଦ୍ଧକୁଶଳୀ ଓ ଅଣକୁଶଳୀ କର୍ମଚାରୀଙ୍କ ଭଳି ସେମାନଙ୍କୁ ଦରମା ପ୍ରଦାନ, ସମାନ କାମକୁ ସମାନ ଦରମା ଆଧାରରେ ସେମାନଙ୍କୁ ଦରମା ପ୍ରଦାନ, ସରକାରୀ ଚାକିରୀ କରିବା ଅବଧି ପୂରଣ ହୋଇସାରିଥିବା କର୍ମଚାରୀମାନଙ୍କ ପାଇଁ ୫ବର୍ଷ ବୟସ ସୀମା କୋହଳ କରାଯିବା, ଦଶବର୍ଷର ପୂର୍ବ ବକେୟା ରାଶି ପ୍ରଦାନ କରାଯିବା, କାର୍ଯ୍ୟରତ କର୍ମଚାରୀଙ୍କ ମୃତ୍ୟୁ ହେଲେ ସେମାନଙ୍କୁ ୨୦ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯିବା, ମୃତକଙ୍କ ପରିବାରର ଜଣେ ବ୍ୟକ୍ତିଙ୍କୁ ସେହି ସଂସ୍ଥାରେ ନିଯୁକ୍ତି ପ୍ରଦାନ, ଜଳ ଯୋଗାଣ କର୍ମଚାରୀମାନଙ୍କୁ ବୃହତ ଜଳ ଯୋଗାଣ ପ୍ରକଳ୍ପରେ ନିଯୁକ୍ତି ପ୍ରଦାନ ପ୍ରଭୃତି ଦାବି ରହିଛି । ସଂଘର ଜିଲ୍ଲା ସଭାପତି ନୟନ କିଶୋର ମଲ୍ଲିକ, ସମ୍ପାଦକ ସନାତନ ମଲ୍ଲିକ ଓ ଅନ୍ୟମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ସେମାନେ କହିଛନ୍ତି ଯେ ଏହି ସବୁ ଦାବି ପୂରଣ ପାଇଁ ସେପ୍ଟେମ୍ବର ୨୫ତାରିଖ ଠାରୁ ଗ୍ରାମୀଣ ଜଳ ଯୋଗାଣ କର୍ମଚାରୀ ମହାସଂଘ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ପାଖ ଲୋୟର ପି.ଏମ୍‌.ଜି ଗାନ୍ଧୀ ମାର୍ଗରେ ଧାରଣା ଦିଆଯାଇଛି । ରାଜ୍ୟ ସରକାର ଏହି ଦାବି ଗୁଡିକ ପୂରଣ କରିବା ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ଏବଂ ଜିଲ୍ଲାସ୍ତରରେ ଆନ୍ଦୋଳନ ଜାରିରହିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ