ଆମ୍ବୋରେ ବିଜେପିର କର୍ମୀ ସମ୍ମିଳନୀ ଓ ମିଶ୍ରଣପର୍ବ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଆମ୍ବୋ ଠାରେ ବିଜେପିର କର୍ମୀସମ୍ମିଳନୀ ଓ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୫୦ରୁ ଉର୍ଦ୍ଧ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଥିଲେ । ବଞ୍ଚୋ ମଣ୍ଡଳ ସଭାପତି ଶଶିକାନ୍ତ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କର୍ମୀ ସମ୍ମିଳନୀରେ ବିଜେପି ନେତା ଆଲୋକ ସେଠୀ, ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ରାମଚନ୍ଦ୍ର ସାହୁ, ମଧୁସୁଦନ ରାଉତ, ଜୟନାରାୟଣ ମହାପାତ୍ର, ଭରତ ମିଶ୍ର, ସୁରେନ୍ଦ୍ର ସାହୁ, ବେଣୁଧର ଜେନା ପ୍ରମୁଖ ଯୋଗଦେଇ ଆଗାମି ପଞ୍ଚାୟତ ନିର୍ବଚେନରେ ବିଜେପି କିପରି ସଫଳତା ହାସଲ କରିବ ସେନେଇ ସମସ୍ତେ ଉଦ୍ୟମ କରିବାକୁ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଆଲୋକ ସେଠୀଙ୍କ ବଳିଷ୍ଠ ନେତୃତ୍ୱକୁ ସମ୍ମାନ ଜଣାଇ ଡମ୍ବରୁଧର ପଣ୍ଡା, ପ୍ରଦୀପ ମହାପାତ୍ର, ଧିରେନ୍ଦ୍ର ଦାସ, ବାଇଧର ଓଝା, ଗୋପବନ୍ଧୁ ଦାସ, ଗୋପାଳ ମହାପାତ୍ର, ସଂଗ୍ରାମ ବେହେରା, ହୃଷିକେଶ ବେହେରା, ଜ୍ଞାନେନ୍ଦ୍ର ମହାପାତ୍ର, ଗୋଲକ ଦାସ, ଶ୍ରୀଧର ଦାସ, ଗୟାଧର ମାଝୀ, ବାବନ ଜେନା, ଶ୍ରୀକାନ୍ତ ପଳତା, ନରହରି ଜେନା, ନିଧି ଦାସ, ରବିନ୍ଦ୍ର ସାହୁ, ଅମରଜିତ ମହାପାତ୍ରଙ୍କ ସମେତ ୫୦ରୁ ଉର୍ଦ୍ଧ ବିଜେପିରେ ସାମିଲ ହୋଇଥିଲେ । ଦଳୀୟ ନେତୃବୃନ୍ଧ ସେମାନଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ