ମୁକ୍ତାକାଶ ରଙ୍ଗମଞ୍ଚ ରେ ବିଦ୍ୟାଳୟ ଛାତ୍ରଛାତ୍ରୀ ଙ୍କୁ ନେଇ ଚିତ୍ରଙ୍କନ ଏବଂ ପ୍ରବନ୍ଧ ପ୍ରତିଯୋଗିତାର ଆୟୋଜନ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : କୋଣାର୍କ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ର ତୃତୀୟ ଦିନରେ ଆଜି କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ ପରିସର ରେ କୋଣାର୍କ ମିଡ଼ିଆ ଫୋରମ ପକ୍ଷରୁ କୋଣାର୍କ ଅଞ୍ଚଳ ର କିଛି ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କୁ ନେଇ ଚିତ୍ରଙ୍କନ ଏବଂ ପ୍ରବନ୍ଧ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ପୂର୍ବାହ୍ନ ୧୦ ଘଟିକା ରେ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଆରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ଭାବେ ମିଡ଼ିଆ ଫୋରମ ର ଏହି କାର୍ଯ୍ୟକ୍ରମ ରେ ପୁରୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜିତେନ୍ଦ୍ର ଜେନା, ସ୍ଥାନୀୟ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ, କୋଣାର୍କ ଥାନା ଭାରପ୍ରାପ୍ତ ଅଧିକାରୀ ରଞ୍ଜନ କୁମାର ମଲ୍ଲିକ ଯୋଗ ଦେଇଥିଲେ । କୋଣାର୍କ ଅଞ୍ଚଳ ର ସମସ୍ତ ଉଚ୍ଚ ବିଦ୍ୟାଳୟ ର କିଛି ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏହି ଚିତ୍ରଙ୍କନ ଏବଂ ପ୍ରବନ୍ଧ ପ୍ରତିଯୋଗିତା କରାଯାଇଥିଲା । ଯେଉଁଥିରେ ଚିତ୍ରଙ୍କନ ର ବିଷୟ ବସ୍ତୁ ‘ପରିବେଶ’ ରହିଥିବା ବେଳେ ପ୍ରବନ୍ଧ ର ବିଷୟବସ୍ତୁ ‘ସ୍ୱସ୍ଥ ପରିବେଶ,ସୁଖୀ ଜୀବନ’ ରହିଥିଲା । ଉଭୟ ଦୁଇ ବିଷୟ ବସ୍ତୁ ର ପ୍ରତିଯୋଗିତା ପାଇଁ ପ୍ରତିଯୋଗୀ ଙ୍କୁ ଏକ ଘଣ୍ଟା ର ସମୟ ଦିଆଯାଇଥିଲା । ଏହାକୁ ସମୀକ୍ଷା କରି ମୂଲ୍ୟାଙ୍କନ କରିବା ପାଇଁ ବିଚାରକ ଭାବେ ମିଡ଼ିଆ ଫୋରମ ର ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ କୋଣାର୍କ ଅଞ୍ଚଳ ର ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ନାଥ ବାହିନୀପତି, ଅବସରପ୍ରାପ୍ତ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ଖଟୋଇ, ଯୋଗ ଗୁରୁ ବାମଦେବ ଆଳୁକ । ଏହି କାର୍ଯ୍ୟକ୍ରମ ରେ ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ର ବିଜୟଲକ୍ଷ୍ମୀ ବିଶ୍ୱାଳ, ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ କୋଣାର୍କ ଉଚ୍ଚ ବିଦ୍ୟାଳୟ ର ସ୍ମୃତି ରେଖା ବାରିକ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ କୋଣାର୍କ ସରକାରୀ ଉଚ୍ଚ ବିଦ୍ୟାଳୟ ର ମହେଶ୍ବର ନାଏକ। ସେହିଭଳି ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଆର୍ତ୍ତତ୍ରାଣ କାର୍ତ୍ତିକେଶ୍ୱର ବିଦ୍ୟାପୀଠ ର ଗୋବିନ୍ଦ ରଇତ, ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ ଆର୍ତ୍ତତ୍ରାଣ କାର୍ତ୍ତିକେଶ୍ୱର ବିଦ୍ୟାପୀଠ ର ଦଶରଥ ମାଝୀ, ଏବଂ ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଥିଲେ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ର ନିହାରୀକା ପ୍ରିୟଦର୍ଶିନୀ ରାଉତ ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟ ର ଦାମୋଦର ହେମ୍ରମ।ସମସ୍ତ କୃତି ଛାତ୍ରଛାତ୍ରୀ ଙ୍କୁ କୋଣାର୍କ ମିଡ଼ିଆ ଫୋରମ ପକ୍ଷରୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ଟ୍ରଫି ଏବଂ ସାର୍ଟିଫିକେଟ ସହ ଫୁଲତୋଡା ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ମିଡ଼ିଆ ଫୋରମ ର ସଭାପତି ମିଲନ ମହାନ୍ତି ଙ୍କ ଦ୍ଵାରା ସମସ୍ତ ସଦସ୍ୟ ଙ୍କ ଉପସ୍ଥିତ ରେ ପୁରୀ ଜିଲ୍ଲା ର କିଛି ବଛା ବଛା ବ୍ୟକ୍ତିତ୍ୱ ଙ୍କୁ ସମାଜ ପାଇଁ ସେମାନଙ୍କ ଅତୁଳନୀୟ ଅବଦାନ ନିମନ୍ତେ ସମ୍ମାନିତ କରାଯାଇଥିଲା । ଯେଉଁଥିରେ ପୁରୀ ଜିଲ୍ଲାର ଯୁବ ପରିବେଶବିତ ସରୋଜ କୁମାର ଜେନା ଙ୍କୁ ପରିବେଶ ର ସୁରକ୍ଷା ପାଇଁ ସର୍ବଦା ତପ୍ତରତା ଦେଖାଇଥିବାରୁ ସମ୍ମାନିତ କରାଯାଇଥିବା ବେଳେ ,କୋଣାର୍କ ଅଞ୍ଚଳ ର ଯୁବ ତଥା ପୁରସ୍କାର ପ୍ରାପ୍ତ ଗୃହରକ୍ଷୀ ତପନ କୁମାର ସେନାପତି ଙ୍କୁ ପୋଲିସ ବିଭାଗ ରେ ତାଙ୍କ କାର୍ଯ୍ୟ ଦକ୍ଷତା ଏବଂ ଗୋପ ଅଞ୍ଚଳ ର ସୁଭାସିନୀ ମୁଦୁଲି ଙ୍କୁ ଉଦ୍ୟୋଗ କ୍ଷେତ୍ରରେ ନିଜେ ସ୍ୱାବଲମ୍ବୀ ହୋଇ ଅନେକ ମହିଳା ଙ୍କୁ ରୋଜଗାରକ୍ଷମ କରାଇ ଥିବାରୁ କୋଣାର୍କ ମିଡ଼ିଆ ଫୋରମ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଏହି ଅଵସର ରେ ଗୋପ- କୋଣାର୍କ ଅଞ୍ଚଳ ର ବରିଷ୍ଠ ସାମ୍ବାଦିକ ଭାରତୀ ଭୂଷଣ ଉପାଧ୍ୟୟ ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଏହା ସହ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀ ଙ୍କୁ ମିଡ଼ିଆ ଫୋରମ ପକ୍ଷରୁ ପୁସ୍ତକ ଏବଂ ବ୍ୟାଗ ମଧ୍ୟ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ କୁ କୋଣାର୍କ ମିଡ଼ିଆ ଫୋରମ ର ଉପଦେଷ୍ଟା ତଥା ସମାଜସେବୀ ରାମକୃଷ୍ଣ ମହାନ୍ତି ପରିଚାଳନା କରିଥିବା ବେଳେ ସମ୍ବାଦିକ ଅବନୀ ଭୂଷଣ ବାରିକ, ସାମ୍ବାଦିକ ଧନଞ୍ଜୟ ବେହେରା ପ୍ରମୁଖ ଉପସ୍ଥିତ ରହି ଉତ୍ସାହିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ