ସମ୍ଭାବ୍ୟ ବାତ୍ୟାକୁ ନେଇ ପାରଳା ପୌର ପରିଷଦର ତତ୍ପରତା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ସମ୍ଭାବ୍ୟ ବାତ୍ୟା “ଜୱାଦ” କୁ ନେଇ ସମଗ୍ର ଜିଲ୍ଲାରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଥିବା ବେଳେ ପାରଳାଖେମୁଣ୍ଡି ପୌରପରିଷ ମଧ୍ୟ ତତ୍ପରତା ଦେଖାଇଛି । ପୌରପରିଷଦର ନିର୍ବାହୀ ଅଧିକାରୀ ଜ୍ଞାନରଂଜନ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ସହରର ବିଭିନ୍ନ ନାଳ ନର୍ଦ୍ଦମାକୁ ସଫେଇ କରାଯାଉଥିବାର ଦେଖିବାକୁ ମିଳିଛି । ଆଜି ସହରର ବିଭିନ୍ନ ୱାର୍ଡରେ ଥିବା ଅସଫେଇ ନାଳ ଗୁଡିକୁ ସଫା କରୁଥିବା ବେଳେ ଜେସିବି ମେସିନ ସାହାଯ୍ୟରେ ଯୁଦ୍ଧକାଳୀନଭିତ୍ତିରେ ସଫେଇ କରୁଥିବାର ଲକ୍ଷ୍ୟ କରାଯାଇଥିଲା । ତେବେ ଏଥିପୂର୍ବରୁ ଏହି ନାଳ ନର୍ଦ୍ଦମା ଗୁଡିକୁ ସଫେଇ କରାଯାଉନଥିଲା । ଏଥି ଯୋଗୁଁ ନାଳ ନର୍ଦ୍ଦମା ଗୁଡିକ ସମ୍ପୂର୍ଣ୍ଣ ପରିତ୍ୟକ୍ତ ଅବସ୍ଥାରେ ପଡି ରହୁଥିଲା । କେବଳ ସ୍ୱଚ୍ଛ ଭାରତ ନାମରେ ସହରର ବିଭିନ୍ନ ୱାର୍ଡ ତଥା ସାହି ବସ୍ତିଗୁଡିକୁ ଗାଡି ଯୋଗେ ଅଳିଆ ଆବର୍ଜନା ସଂଗ୍ରହ କରି ଦେଉଥିଲେ । ହେଲେ ନାଳନର୍ଦ୍ଦମା ଗୁଡିକୁ ଭୁଲି ଯାଉଥିଲେ । ଏପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏମାନେ ସକ୍ରିୟ ହୋଇ ଉଠୁଛନ୍ତି । ଅନ୍ୟ ସମୟରେ ନିସ୍କ୍ରିୟ ହୋଇ ଥାନ୍ତି ବୋଲି ଆଲୋଚନା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ