ନେହେରୁ ଯୁବକେନ୍ଦ୍ର ଦ୍ୱାରା ୩ ମାସିଆ କମ୍ପ୍ୟୁଟର ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଆଦିବାସୀ ବହୁଳ ଗଜପତି ଜିଲ୍ଲାରେ ଛାତ୍ରଛାତ୍ରୀମାନଙ୍କୁ କମ୍ପ୍ୟୁଟର ଶିକ୍ଷାର ନିକଟତର କରିବା ପାଇଁ ଜିଲ୍ଲା ନେହେରୁ ଯୁବକେନ୍ଦ୍ର ଦ୍ୱାରା ୩ମାସିଆ କମ୍ପ୍ୟୁଟର ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର ଏବଂ ୟୁଟେକ୍ କମ୍ପ୍ୟୁଟରର ମିଳିତ ଆନୁକୁଲ୍ୟରେ ଏକ ୩ମାସିଆ କମ୍ପ୍ୟୁଟର ତାଲିମ ଶିବିର ଆରମ୍ଭ ହୋଇଛି । ଏଥିରେ ରାଜ୍ୟ ନେହେରୁ ଯୁବ କେନ୍ଦ୍ରର ଉପ ନିର୍ଦ୍ଦେଶକ ବିମଳ ପଟ୍ରିକ୍ ସାହା, ଗଜପତି ଜିଲ୍ଲା ନେହେରୁ ଯୁବ ଅଧିକାରୀ ବିଜୟ କୁମାର ମହାପାତ୍ର, ୟୁ-ଟେକ୍ର ନିର୍ଦ୍ଦେଶକ ଲୋକନାଥ ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ଉପସ୍ଥିତ ସମସ୍ତ ଅତିଥି ବୃନ୍ଦ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହା ସହିତ ଏହି ୩ମାସିଆ ତାଲିମ ଉପରେ ନିଜ ନଜର ମନ୍ତବ୍ୟ ଦେଇଥିଲେ ଓ ଏଥିରେ ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀମାନେ କମ୍ପୁଟର ଜ୍ଞାନ ହାସଲ କରିପାରିବେ ବୋଲି ଅବଗତ କରାଇଥିଲେ । ଏହି ତାଲିମ ଆସନ୍ତା ଫେବୃୟାରୀ ୨୦୨୨ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଜଣାପଡିଛି ।


