ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ବନ୍ତ ବ୍ଲକ ପଧାନପଡା ପଞ୍ଚାୟତ ଆଦିବାସୀ ସାହି ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯ।।ଇଛି । ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଗୌତମ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ସିଆରସିସି ହଳଧର ସେଠୀ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ୩୫ ଜଣ ଛାତ୍ରଛାତ୍ରୀଙ୍କୁ ଦୁଇ ହଳ କରି ପୋଷାକ ବିତରଣ କରାଯାଇଥିଲା । ଉକ୍ତ ଉତ୍ସବରେ ପ୍ରଧାନ ଶିକ୍ଷକ ଲାଲମୋହନ ଜେନା, ସହକାରୀ ଶିକ୍ଷକ ତାପସ କୁମାର ରାଉତ, କମିଟିର ସଭ୍ୟା ତିଳୋତ୍ତମା ଜେନା, କଞ୍ଚନ ଜେନା, ସସ୍ମିତା ଜେନା, ଲକ୍ଷ୍ମୀ ମୁଣ୍ଡା, ରୀତାରାଣୀ ଜେନା, ସାଗର ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।