ଲଘୁଚାପ ଜନିତ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପାଇଁ ସ୍ମାରକପତ୍ର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଲଘୁଚାପ ଜନିତ ବର୍ଷାରେ ଧାନ ଫସଲ ସହ ସମସ୍ତ ଫସଲ ସମ୍ପୂର୍ଣ୍ଣ ଭାବେ ନଷ୍ଟି ହୋଇଛି । ଏଥି ପାଇଁ ଏକର ପିଚ୍ଛା ଧାନ ଚାଷ ପାଇଁ ୨୦ହଜ।।ର ଓ ଅନ୍ୟାନ୍ୟ ଅର୍ଥକାରୀ ଫସଲ ପାଇଁ ୨୫ ହଜାର ଟଙ୍କା କ୍ଷତିପୂରଣ ଦେବାପାଇଁ ଚାଷୀଙ୍କୁ ଓଡିଶା କୃଷକ ସଭାର ସ୍ଥାନୀୟ ଶାଖା କାଶୀନଗର ବ୍ଲକ କୃଷକ କମିଟି ପକ୍ଷରୁ ରାଜ୍ୟ ସରକାର ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଦିଆଯାଇଛି । କାର୍ତ୍ତିକ ଶବରଙ୍କ ନେତୃତ୍ୱରେ ଓ ତହସିଲଦାରଙ୍କ ଜରିଆରେ କୁଣ୍ଡିଙ୍ଗି ମୀନାରାଓ, ଲକି ଶବର, ନାଗେଶ୍ୱର ଶବର, ସୁଜନି ଶବର, ମାଧୁରୀ ଶବର ପ୍ରମୁଖ ଏହି ସ୍ମାରକ ପତ୍ର ଦେଇଛନ୍ତି । ସ୍ମାରକ ପତ୍ର ଅନୁଯାୟୀ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କାଶୀନଗର ବ୍ଲକ ଓ ଏନ୍ଏସିରେ ଧାନ ଏବଂ ଅନ୍ୟାନ୍ୟ ଅର୍ଥକାରୀ ଫସଲର ବହୁ କ୍ଷୟକ୍ଷତି ଘଟିଛି । ତୁରନ୍ତ ଉକ୍ତ କ୍ଷୟକ୍ଷତିର ଆକଳନ କରିବା ସହ ଏକର ପିଛା ଧାନ ଫସଲ ନଷ୍ଟ ପାଇଁ ୨୦ ହଜାର ଓ ଅନ୍ୟାନ୍ୟ ଅର୍ଥକାରୀ ଫସଲ ନଷ୍ଟ ସକାଶେ ୨୫ ହଜାର ଟଙ୍କା ଲେଖାଏଁ କ୍ଷତି ପୂରଣ ଦିଆଯାଉ । ଧାନର ଗୁଣାତ୍ମକମାନ ନିର୍ବିଶେଷରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ଦେଇ ସରକାର ସିଧାସଳଖ ଚାଷୀଙ୍କ ଠାରୁ ଧାନ କିଣନ୍ତୁ । କ୍ଷତିପୂରଣ ରାଶି ଉଭୟ ଚାଷୀ ଓ ଭାଗଜାଷୀମାନଙ୍କୁ ପ୍ରଦାନ କରାଯାଉ । ଜାତୀୟ ଓ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଡି ( ଏନ୍ଡିଆର୍ଏଫ୍ ଓ ଏସ୍ଡିଆର୍ଏଫ୍)ରେ ଚାଷୀ ଅନୁକୂଳ ସଂସ୍କାର ଆଣିବା ପାଇଁ ପଦକ୍ଷେପ ନିଆଯିବା ଜରୁରୀ ବୋଲି ବି ସ୍ମାରକ ପତ୍ରରେ ଉଲ୍ଲେଖ ରହିଛି ।