ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମହାନତା ରାସ୍ତାରୁ ପାଇଥିବା ଟଙ୍କା ଓ ସୁନା ଅଳଙ୍କାର ଫେରାଇଲେ 

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼଼ ବ୍ଲକ ଗୁଗୁରୁମାହା ପଞ୍ଚାୟତର ବିମଳା ବିନ୍ଧାଣୀଙ୍କ ଟଙ୍କା ଓ କେତେକ ଜରୁରୀ ନଥିପତ୍ର ଥିବା ବ୍ୟାଗ୍‍ଟି କେଉଁଆଡ଼େ ହଜି ଯାଇଥିଲା। ସେ କୋଟଗଡ଼଼ ଆସିଥିଲେ ଜରୁରୀ କାମସାରି ଘରକୁ ଫେରିବା ବେଳେ ଅଟୋରେ ଯାଉଥିଲେ। ହେଲେ ରାସ୍ତାରେ ଅଟୋରୁ ବ୍ୟାଗ୍‍ଟି ସ୍ରାଇଗୁଡ଼ା ଛକଠାରେ ଖସିଯାଇଥିଲା। କିଛି ସମୟ ପରେ ସେହି ରାସ୍ତା ଦେଇ ୧୦୮ ଆମ୍ବୁଲାନ୍ସ ଚାଳକ ସୁଭକାନ୍ତ ନାୟକ ରୋଗୀଙ୍କୁ ଗନ୍ତବ୍ୟ ସ୍ଥାଳରେ ଛାଡ଼ି ଫେରୁଥିବା ବେଳେ ବ୍ୟାଗ୍‍ଟିକୁ ପାଇଥିଲେ। ବ୍ୟାଗରେ ଥିବା ପରିଚୟ ପତ୍ର ଓ ନଥିପତ୍ରରୁ ଉକ୍ତବ୍ୟାଗ୍‍ର ମାଲିକ କିଏ ସେ ଜାଣି ପାରିଥିଲେ। ପରବର୍ତ୍ତି ସମୟରେ ବିମଳା ବିନ୍ଧାଣୀଙ୍କ ସହ ସେ ଯୋଗଯୋଗ କରି ବ୍ୟାଗ୍‍ଟିକୁ ଫେରାଇଥିଲେ। ଉକ୍ତ ବ୍ୟାଗ୍‍ରେ ଏକ ଭରି ଓଜନର ସୁନା ଅଳଙ୍କାର ନଗଦ ୧୬ ହଜାର ଟଙ୍କା, ଘରର ପଟା ସହ ଅନ୍ୟ କେତେକ ଜରୁରୀ ନଥିପତ୍ର ଥିଲା। ତେବେ ୧୦୮ ଚାଳକ ସୁଭକାନ୍ତଙ୍କ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ