ଗଜପତିର ଗଙ୍ଗାବାଡରେ ଜଙ୍ଗଲ ଜମି ପଟ୍ଟା ବଣ୍ଟନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ରାୟଗଡ ତହସିଲ ଅନ୍ତର୍ଗତ ଦୁର୍ଗମ ଇଲାକା ତଥା ଆନ୍ଧ୍ର ସୀମାନ୍ତରେ ଥିବା ଗଙ୍ଗାବାଡ ପଞ୍ଚାୟତରେ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଥିବାର ଜଣାପଡିଛି । ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଗଙ୍ଗାବାଡ ପଞ୍ଚାୟତର ବିଭିନ୍ନ ଗ୍ରାମାଞ୍ଚଳର ଲୋକଙ୍କୁ ଏହି ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଛି । ରାୟଗତ ତହସିଲଦାର ଲୀଳାବତୀ ଆଚାର୍ଯ୍ୟ ଯୋଗଦେଇ ଗଙ୍ଗାବାଡ ପଞ୍ଚାୟତର ବଡପେଠେଡିଆ, ଡିମରୀଗାଁ, ବାରଘର ଏବଂ ସାନପେଠେଡିଆ ଗ୍ରାମାଞ୍ଚର ୭୦ ଜଣଙ୍କ ଜଙ୍ଗଲଜମି ପଟ୍ଟା ବଣ୍ଟନ କରାଯାଇଥିବା ବେଳେ ଏହି ଗ୍ରାମାଞ୍ଚଳର ବହୁ ଜନସାଧାରଣ ଏବଂ ରାୟଗଡ ତହସିଲ କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତଥିଲେ ।


