‘ସହାୟକ’ର ନୂତନ କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ

ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱରର ଅନ୍ୟତମ ସ୍ୱେଚ୍ଛାସେବୀ ସଂଗଠନ ‘ସହାୟକ’ର ଆସନ୍ତା ଦୁଇବର୍ଷ ପାଇଁ ନିର୍ବାଚିତ କର୍ମକର୍ତ୍ତାମାନେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ପରିାପ୍ରକ୍ଷୀରେ ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ଇଂ. ସୁରେନ୍ଦ୍ର ନାଥ ଦାସ ଅଧ୍ୟକ୍ଷତା କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ସଦସ୍ୟ ତଥା ସଭାପତି ଧୀରେନ୍ଦ୍ର ନାରାୟଣ ଦାସଙ୍କୁ ତାଙ୍କର ଜୀବନବ୍ୟାପୀ ତ୍ୟାଗ ଓ ସମାଜସେବା ପାଇଁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ନବ ନିର୍ବାଚିତ ସାଧାରଣ ସମ୍ପାଦକ ବିଜୟ ଦାସ ଗ୍ରହଣ କରିଥିଲେ । ଆଗାମୀ ଦିନରେ ମଧ୍ୟ ଏହି ଅନୁଷ୍ଠାନ ସେବାକାର୍ଯ୍ୟ କରି ସମସ୍ତଙ୍କର ବିଶ୍ୱାସ ଭାଜନ ହେବ ବୋଲି ସେ ମତ ପ୍ରକାଶ କରିଥିଲେ । ବ୍ୟକ୍ତି ସ୍ୱାର୍ଥଠାରୁ ସମୂହ ସ୍ୱାର୍ଥକୁ ଗୁରୁତ୍ୱ ଦେବା, ପରସ୍ପରକୁ ଭଲପାଇବା, ନିଜେ ଜଣେ ସଚ୍ଚୋଟ ଓ ତ୍ୟାଗପୂତ ଜୀବନଯାପନ କରି ଈଶ୍ୱରଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ଧୀରେନ୍ଦ୍ର ନାରାୟଣ ଦାସ ଉପସ୍ଥିତ ସଦସ୍ୟମାନଙ୍କୁ ସପଥ ପାଠ କରାଇଥିଲେ । ଇଂ. ବନମାଳି ନାୟକ, ସମେତ ଦୀନବନ୍ଧୁ ଲେଙ୍କା, ଗୌରାଙ୍ଗ ପାଣିଗ୍ରାହୀ, କ୍ଷିତୀଶ୍ୱର ଦାଶ, ନିରଞ୍ଜନ ପରିଡ଼ା, ସଚୀନ୍ଦ୍ର ଦାସ, ଅକ୍ଷୟ ତ୍ରିପାଠୀ, ଦିବାକର ମହାପାତ୍ର ପ୍ରମୁଖ ଏଥିରେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ବାଲେଶ୍ୱର ସରକାରୀ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟିର ଆସନ୍ତା ଷୋଡ଼ଶ ସମ୍ମିଳନୀରେ ସହଯୋଗ ଓ ଆସନ୍ତା ନେତାଜୀ ସୁବାସ ବୋଷଙ୍କ ଜୟନ୍ତୀ ଅବସରରେ ରକ୍ତଦାନ ଶିବିର ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥି ସହିତ ସଂଗଠନର କୋଷାଧ୍ୟକ୍ଷ ସୁରେନ୍ଦ୍ର ପ୍ରସାଦ ନାୟକ ଆୟବ୍ୟୟ ହିସାବ ଉପସ୍ଥାପନ କରିଥିଲେ । ପ୍ରଫୁଲ କୁମାର ଦାସ, ବେଣୁଧର ପାଳ, ସୁରେନ୍ଦ୍ର ଧଳ, ଭବେଶ ପଣ୍ଡା, ସେଖ ଆଲାଉଉଦ୍ଦିନ, ପ୍ରଣିତା ମିଶ୍ର, ଗୋପାଳ ଜେନା, ବଳରାମ ବେହେରା, ଶଶାଙ୍କ ଦତ୍ତ, ଡ. ତାରାକାନ୍ତ ନନ୍ଦ, ବସନ୍ତ ନାୟକ, ବୀରେନ୍ଦ୍ର ନାରାୟଣ ପ୍ରହରାଜ, ଯୋଗେଶ ପ୍ରଧାନ ଓ ରମେଶ ଚନ୍ଦ୍ର ଜେନା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସାବିତ୍ରୀ ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ