ଓଷକଣା ପଂଚାୟତର ପୂର୍ବତନ ୱାର୍ଡ ମେମ୍ବରଙ୍କୁ ମିଳିନି ଅଧିବେଶନରେ ବସିବା ପ୍ରାପ୍ୟ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) : ନାଉଗାଁ ବ୍ଳକ ଅନ୍ତର୍ଗତ ଓଷକଣା ପଂଚାୟତରେ ବିଚିତ୍ର ନିୟମ ଦେଖିବାକୁ ମିଳିଛି । ଏହି ପଂଚାୟତରେ ୨୦୧୪ ନଭେମ୍ବର ମାସ ଠାରୁ ୨୦୧୭ ମାର୍ଚ୍ଚ ପର୍ଯ୍ୟନ୍ତ ରହିଥିବା ୱାର୍ଡ ସଭ୍ୟ ଓ ସଭ୍ୟାମାନଙ୍କୁ ସେମାନଙ୍କର ପଂଚାୟତ ଅଧିବେଶନରେ ବସିବା ପ୍ରାପ୍ୟ ମିଳି ନଥିବା ସେମାନେ ନାଉଗାଁ ବିଡିଓଙ୍କୁ ସୋମବାର ଲିଖିତ ଅଭିଯୋଗ କରିଛନ୍ତି । ବିଡିଓ ରଶ୍ମୀରେଖା ମଲ୍ଲିକ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବାରୁ ଅତିରିକ୍ତ ବିଡିଓ ଦେବେନ୍ଦ୍ର କୁମାର ପ୍ରଧାନ ଅଭିଯୋଗ ପତ୍ରକୁ ଗ୍ରହଣ କରିଛନ୍ତି । ସୂଚନା ମୁତାବକ ଓଷକଣା ପଂଚାୟତରେ ୧୫ଟି ୱାର୍ଡ ରହିଛି । ଉକ୍ତ ପଂଚାୟତର ସମସ୍ତ ୱାର୍ଡ ସଭ୍ୟ ଓ ସଭ୍ୟାମାନେ ୨୦୧୨ ମସିହା ମାର୍ଚ୍ଚ ଠାରୁ ଗ୍ରାମ ପଂଚାୟତର ସମସ୍ତ ଅଧିବେଶନରେ ଯୋଗ ଦେଇ ଆସୁଥିଲେ । ସେମାନଙ୍କୁ ସେମାନଙ୍କର ଅଧିବେଶନରେ ବସିବା ପ୍ରାପ୍ୟ ସଠିକ ସମୟରେ ମିଳୁଥିଲା । କିନ୍ତୁ ହଠାତ୍ ୨୦୧୪ ମସିହା ନଭେମ୍ବର ମାସ ପରଠାରୁ ଅଧିବେଶନରେ ବସିବା ପ୍ରାପ୍ୟ ମିଳିବା ବନ୍ଦ ହୋଇଯାଇଥିଲା । ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଏସଂର୍ପକରେ ଜଣାଇଲେ ମଧ୍ୟ କୌଣସି ସନ୍ତୋଷଜନକ ଉତର ମିଳିନଥିଲା । ଯାହାଫଳରେ ଆଜି ପର୍ଯ୍ୟନ୍ତ ସେମାନଙ୍କର ଅଧିବେଶନରେ ବସିବା ପ୍ରାପ୍ୟ ମିଳି ପାରିନାହିଁ ବୋଲି ଅଭିଯୋଗରେ ଦର୍ଶାଯାଇଛି । ଉକ୍ତ ଅଭିଯୋଗପତ୍ରର ନକଲ ଜିଲ୍ଲାପାଳଙ୍କ ଅବଗତ ନିମନ୍ତେ ପ୍ରେରଣ କରାଯାଇଥିବା ଅଭିଯୋଗରେ ଦର୍ଶାଯାଇଛି । ଉକ୍ତ ଅଭିଯୋଗପତ୍ରରେ ୱାର୍ଡ ସଭ୍ୟା ତଥା ନାଏବ ସରପଂଚ ସରୋଜିନି ସ୍ୱାଇଁ, ୱାର୍ଡ ସଭ୍ୟା ଅନିତା ଦାସ, କାମିନି ସ୍ୱାଇଁ, ମଂଜୁ ନାୟକ, ମମତା ଦେଇ, ଉଲ୍ଲାସ ଚନ୍ଦ୍ର ସ୍ୱାଇଁ, ଉଲ୍ଲାସ ଚନ୍ଦ୍ର ସାହୁଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟ ଓ ସଭ୍ୟାଙ୍କ ଦସ୍ତଖତ ରହିଛି । ଏସଂର୍ପକରେ ଅତିରିକ୍ତ ବିଡିଓ ଦେବେନ୍ଦ୍ର କୁମାର ପ୍ରଧାନଙ୍କୁ ପଚାରିବାରୁ ପୂର୍ବରୁ ଏହିପରି କୌଣସି ଅଭିଯୋଗ ଆସି ନଥିଲା । ଆଜି ସେମାନଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ତୁରନ୍ତ ଏହାର ସମାଧାନ କରାଯିବ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ