ଛାତ୍ରାଭିଭାବକ ଭେଟିଲେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବ୍ରହ୍ମପୁର- ବିଲିକଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ବିଜ୍ଞାନ ଶିକ୍ଷୟିତ୍ରୀ ପ୍ରିୟସ୍ମିତା ଜେନାଙ୍କ ବାଟିପଡାସ୍ଥିତ ବଟେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବଦଳି ହୋଇଯାଇଛି । ବଦଳି ପ୍ରତିବାଦରେ ସେହି ସ୍କୁଲର ଛାତ୍ରଛାତ୍ରୀମାନେ ୬ଦିନ ଧରି ବିଦ୍ୟାଳୟ ପରିସରରେ ଧାରଣାରେ ବସିରହିଥିବା ଜଣାପଡିଛି । ଏସମ୍ପର୍କରେ ଅବଗତ ହେବା ପରେବି ବ୍ଲକ ଶିକ୍ଷା ଅଧିକାରୀ କିମ୍ବା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମେତ କୈାଣସି ପ୍ରଶାସନିକ ଅଧିକାରୀ ଏପର୍ଯ୍ୟନ୍ତ ଧାରଣାସ୍ଥଳରେ ପହଞ୍ଚି ନଥିବା ସୂଚନା ମିଳିଛି । ଛାତ୍ରାଭିଭାବକମାନେ ଏସମ୍ପର୍କରେ ସୋମବାର ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି । ସୂଚନା ଅନୁଯାଇ ସେହି ସ୍କୁଲର ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜେନାଙ୍କର ବାଟିପଡାସ୍ଥିତ ବଟେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବଦଳି ହୋଇଥିବାରୁ ଛାତ୍ରଛାତ୍ରୀମାନଙ୍କ ପାଠପଢାରେ ଗୁରୁତ୍ତର ବ୍ୟାଘାତ ସୃଷ୍ଟି ହୋଇଥିବାରୁ ତାହାର ପ୍ରତିବାଦରେ ବ୍ରହ୍ମପୁର- ବିଲିକଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିରହିଛନ୍ତି । ତେଣୁ ଛାତ୍ରଛାତ୍ରୀମାନଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସଂପୃକ୍ତ ଶିକ୍ଷୟିତ୍ରୀଙ୍କ ବଦଳିକୁ ତୁରନ୍ତ ବାତିଲ କରାଯିବାକୁ ସେହି ସ୍କୁଲର ଗ୍ରାମ୍ୟ ଶିକ୍ଷା କମିଟି ସଭାପତି ଆଲୋକ କୁମାର ଜେନା, ଉପସଭାପତି ସନ୍ଧ୍ୟାରାଣୀ ପାତ୍ର, ସଭ୍ୟ ଧନେଶ୍ୱର ସୁତାର, ବାବନ ଜେନା, ସନ୍ଦିପ୍ତା ସାହୁଙ୍କ ସମେତ ଛାତ୍ରାଭିଭାବକ ବଉଳଲତା ସ୍ୱାଇଁ, ଭାନୁମତି ସ୍ୱାଇଁ, ମାଧବ ସାହୁ, ରଞ୍ଜିତ କୁମାର ଦାସ ପ୍ରମୁଖ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସାକ୍ଷାତକରି ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ