‘ଦୀପକ କୁମାର ମେମୋରିଆଲ’ ଆନ୍ତଃ ରାଜ୍ୟ କ୍ରିକେଟ ଟୁର୍ଣାମେଣ୍ଟ ଊଦଯାପିତ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ଓଡିଶା ପ୍ରଷିଦ୍ଧ ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁରସ୍ଥ ମହୁଲଡିହା ଖେଳପଡିଆରେ ‘ଦୀପକ କୁମାର ମେମୋରିଆଲ’ ଆନ୍ତଃରାଜ୍ୟ କ୍ରିକେଟ ୫ଦିବସୀୟ ଆନ୍ତଃ ରାଜ୍ୟ କ୍ରିକେଟ ଟୁର୍ଣାମେଣ୍ଟ ମହାସମାରୋହରେ ଉଦଯାପିତ ହୋଇଯାଇଛି । ଏହି ଖେଳରେ ଝାଡଖଣ୍ଡ, ପଶ୍ଚିମବଙ୍ଗ ଏବଂ ଓଡିଶାର ଵଛାବଛା ଆଠଟି ଟିମ୍ ଅଂଶ ଗ୍ରହଣ କରିଥିଲେ । ରବିବାର ଦିନ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ବାରିପଦା ଡିଆରକେ ଏବଂ ରାଇରଙ୍ଗପୁର କ୍ରିକେଟ କ୍ଲବ ସହ ଖେଳ ହୋଇଥିଲା । ଡିଆରକେ, ବାରିପଦା(୧୫୧) ରନ କରିଥି ଚମ୍ପିଆନ ହୋଇଥିବାବେଳ ରାଇରଙ୍ଗପୁର ଟିମ(୧୧୨) ରନ କରି ରନର୍ସ ଅପ୍ ହୋଇଥିଲା । ଅମ୍ପାୟାର ଦୁର୍ଗା ପଟନାୟକ, ଦିଲିପ କୁମାର, ରାଜିବକୁମାର ପ୍ରମୁଖ ଖେଳ ପରିଚାଳନା କରିଥିଲେ । ଭାଷ୍ୟକାର ଷାଣ୍ଡିଲ ବାବୁ ଧାରା ବିବରଣୀ ପଢୁଥିଲେ । ଆଜିର ଖେଳର ପ୍ରାରମ୍ଭରେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ରାଜ୍ୟ ବିଜେପି ସଂପାଦକ ନବୀନ ରାମ, ମୟୂରଭଂଜ ଜିଲ୍ଲା ଆଥେଲେଟିକ ଆସୋସିଏସନ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ସେହିଭଳି ଅପରାହ୍ନରେ ମୁଖ୍ୟ ଅତିଥି ଭାବେ ମୋରଡା ବିଧାୟକ ରାଜ କିଶୋର ଦାସ, ମୟୂରଭଂଜ (୨) ଜିଲ୍ଲା ବିଜେଡି ଯୁବସଭାପତି ଅଭିଷେକ ପଟନାୟକ, ବାଲେଶ୍ୱରର ଶ୍ରମିକ ନେତା ଶୁଭେନ୍ଦୁ ମଙ୍ଗରାଜ, ସମାଜସେବୀ ଅନୁରାଗ ଗୁପ୍ତାଙ୍କ, ଜିଲ୍ଲା କ୍ରୀଡା କାଉନସିଲର ସୌରଭ ପଟନାୟକ, ଗୌରୀ ସିହ୍ନାଙ୍କ ସମେତ ସକାଳର ଅତିଥିବୃନ୍ଦ ଉପସ୍ଥିତ ଥିଲେ । ଯୁବ ସମାଜସେବୀ ଅଭିଷେକ ପଟନାୟକ ଡିଆରକେ ବାରିପଦା ଚମ୍ପିଆନ ଟିମକୁ ୪୦,୦୦୦ ଟଙ୍କାର ଅର୍ଥରାଶି ପ୍ରଦାନ କରିଥିବାବେଳେ ରନର୍ସ ଅପ ଦଳ ରାଇରଙ୍ଗପୁରକୁ ଯୁବ ସମାଜସେବୀ ଅନୁରାଗ ଗୁପ୍ତା ୩୦,୦୦୦ ଟଙ୍କାର ଅର୍ଥରାଶି ପ୍ରଦାନ କରିଥିଲେ । ଖେଳର ଉନ୍ନତିକରଣ ପାଇଁ ଅତିଥିବୃନ୍ଦ ଖୁବ ଶିଘ୍ର ଗୁରୁତ୍ଵ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଖେଳକୁ ଆଶିଷ, ପଞ୍ଚୁ, ବାବୁଲା, ଗୁଲଠୁ, ପପି, ଛୋଟରାୟ,ଉକୁଲ, ସାଉନା, ଅମୁ, ମୁନା, ମନୋଜ, ଚନ୍ଦନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଫାଇନାଲ ଖେଳରେ ବହୁ ସଂଖ୍ୟାରେ କ୍ରିକେଟପ୍ରେମୀ, ବାମନଘାଟୀ ଉପଖଣ୍ଡବାସୀ ଉପସ୍ଥିତ ରହି ଖେଳକୁ ଉପଭୋଗ କରିବା ସହ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ।ଶେଷରେ ଟେଲି କଳାକାର ସୁମନ ନିଜର କଥା ଓ ନୃତ୍ଯ ପରିବେଷଣ କରି ଦର୍ଶକମାନଙ୍କୁ ବିମୋହିତ କରିଥିଲେ । ଶେଷରେ ଟୁର୍ଣାମେଣ୍ଟର ସଭାପତି ବିଧାୟକ ନବଚରଣ ମାଝୀ,ସଂପାଦକ ଅମର ପ୍ରଧାନ ଦେଓ ହେମ୍ବ୍ରମ, କ୍ରିଡା ସଂପାଦକ ପଞ୍ଚୁ ଲୋହାର ପ୍ରମୁଖ ଖେଳାଳି ଓ ଦର୍ଶକ ମାନଙ୍କୁ ଶୃଙ୍ଖଳା ବଜାୟ ରଖିଥିବାରୁ ବହୁତ ବହୁତ ପ୍ରଶଂସା କରିଥିଲେ ।