ମାଟୋଆ ନିର୍ବାଚନ ଫଳାଫଳ ଘୋଷଣା
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳରେ ଥିବା ମାଇନିଂ ଏରିଆ ଟ୍ରକ ଓନର ଆସୋସିଏସନ(ମାଟୋଆ) ସଂଘର ନିର୍ବାଚନ ଶନିବାର ଦିନ ଶେଷ ହୋଇଯାଇଅଛି । ସଂଘର ପଂଜୀକୃତ ୧୫୯୩ ଜଣ ଭୋଟର ଏହି ଭୋଟରେ ଅଂଶଗ୍ରହଣ କରି ନିଜର ମତସାବ୍ୟସ୍ତ କରିଥିଲେ । ପୂର୍ବଚନ ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କ ସମର୍ଥିତ ପ୍ରାର୍ଥୀମାନେ ଏହି ନିର୍ବାଚନରେ ବାଜିମାତ କରିଛନ୍ତି । ମାଟୋଆ ସଂଘ ସଭାପତି ଭାବେ ଚତୁର୍ଭୁଜ ପଲେଇ ୮୮୬ ଖଣ୍ଡ ଭୋଟ, ଉପସଭାପତି ଭାବେ ରାଜେନ୍ଦ୍ର ବାରିକ ୧୦୦୦ ଖଣ୍ଡ ଭୋଟ, ସଂପାଦକ ଭାବେ ସତ୍ୟପ୍ରିୟ ବାରିକ ୯୯୫ ଖଣ୍ଡ ଭୋଟ୍, ଯୁଗ୍ମ ସଂପାଦକ ଭାବେ ଅଜୟ ସିହ୍ନା ୧୦୩୬ ଖଣ୍ଡ ଭୋଟ୍ , କୋଷାଧ୍ୟକ୍ଷ ଭାବେ ସୁରେଶ ଗିରି ୯୮୧ ଖଣ୍ଡ ଭୋଟ୍ ପାଇ ଏହି ମାଟୋଆ ନିର୍ବାଚନରେ ବିଜୟୀ ହୋଇଥିଲେ । ଖଣି କ୍ଷେତ୍ରରେ ମାଟୋଆ ସଂଘ ଖଣିଜ ପରିବହନ କ୍ଷେତ୍ରରେ ମୂଲ୍ୟ ନିରୂପଣ ଏବଂ ଅନ୍ୟାନ୍ୟ ପରିବହନଜନିତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରୁଥିବାରୁ ଏହି ସଂଘର ଖଣି କ୍ଷେତ୍ରରେ ବେଶ୍ ଗୁରୁତ୍ୱ ରହିଛି । ସଭାପତି ଭାବେ ଜିତିଥିବା ଚତୁର୍ଭୁଜ ପଲେଇ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଡମ୍ପର ପରିବହନରେ ଉପୁଜିଥିବା ସମସ୍ତ ଅସୁବିଧାକୁ ଦୂର କରିବା ପାଇଁ , ପରିବହନ ମୂଲ୍ୟରେ ସ୍ୱଛତା ଆଣିବା ପାଇଁ , ବିଳମ୍ବରେ ହେଉଥିବା ପରିବହନ ପେମେନ୍ଟ ପରିବହନକାରୀ ଠିକାଦାରମାନଙ୍କଠାରୁ ଶୀଘ୍ର ଆଦାୟ କରାଯିବା ସହିତ ସଂଘରେ ଥିବା ବିଭିନ୍ନ ଅସୁବିଧା ପ୍ରତି ସେ ଦୃଷ୍ଟି ଦେଇ ଟିମ୍ ଓାର୍କ ଜରିଆରେ ସମାଧାନ କରାଇବେ ବୋଲି ସେ କହିଛନ୍ତି ।


