ଗୋକୁଳା ଗ୍ରମା ନିକଟରେ କାର୍-ଟ୍ରକ ଧକ୍କା, ଜଣେ ଗୁରୁତର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଗୋକୁଳା ଗ୍ରାମର ମୁଖ୍ୟରାସ୍ତା ତଥା ପାରଳାଖେମୁଣ୍ଡି-ଗୁଣୁପୁର ରାଜ୍ୟ ରାଜପଥରେ ବିଦ୍ୟୁତ ବିଭାଗର ଏକ କାର (ଓଆର୍୦୨ ବିୟୁ ୪୪୦୨) ବିପରିତ ଦିଗରୁ ଆସୁଥିବା ଏକ ଟ୍ରକ (ଏପି୩୧ଟିଏଚ୍ ୮୪୮୯)କୁ ଅତିକ୍ରମ କରିବା ବେଳେ ଧକ୍କା ହୋଇଥିଲା । ଫଳରେ କାର ଡ୍ରାଇଭର ଗୋପାଳ କୃଷ୍ଣ ପଣ୍ଡା (୩୮)ଙ୍କୁ ଗୁରୁତର ଆଘାତ ଲାଗିବା ସହ ହାତ ଭାଙ୍ଗି ଯାଇଥିବାର ଜଣାପଡିଛି । କାରରେ ବସିଥିବା ବାବା ଚନ୍ଦ୍ର ମହାନ୍ତି (୫୦) ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ସମୟରେ ଟ୍ରକର ବାମପଟେ ଥିବା ଜଣେ ବାଇକ ଆରୋହୀ ମଧ୍ୟ ସାମାନ୍ୟ ଆହତ ହୋଇଥିବାର ଜଣାପଡିଛି । ଦୁର୍ଘଟଣା ସମ୍ପର୍କେ କାଶୀନଗର ଅଗ୍ନିଶମ ବିଭାଗ ଖବର ପାଇ ପହଞ୍ôଚ ଆହତ ମାନଙ୍କୁ ଉଦ୍ଧାର କରି କାଶୀନଗର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତିତ କରିଥିବା ବେଳେ ସେଠାରେ ଉଭୟ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିବାର ଜଣାପଡିଛି । କାଶୀନଗର ପୋଲିସ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଥିବାର ଥାନା ସୂତ୍ରରୁ ପ୍ରକାଶ ।