ବ୍ରହ୍ମପୁର ସିଟି ହସ୍ପିଟାଲରେ ଡାକ୍ତର ଅନୁପସ୍ଥିତି ଯୋଗୁଁ ରୋଗୀ ହନ୍ତସନ୍ତ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ସରକାରଙ୍କ ୫ଟିଯୋଜନା ଅନ୍ତର୍ଭୁକ୍ତ ସ୍ୱାସ୍ଥ୍ୟ ଚିକିତ୍ସା ବିଭାଗରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ନମୁନା ବ୍ରହ୍ମପୁର ସିଟି ହସ୍ପିଟାଲରେ ଦେଖିବାକୁ ମିଳିଛି l ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ସଜାଡ଼ିବା ଦାବିନେଇ ଦୀର୍ଘ ଦିନରୁ ମାନବ ଅଧିକାର ସୁରକ୍ଷା ମଞ୍ଚ ନେତୃତ୍ୱରେ ବିଭିନ୍ନ ଗଣସଂଗଠନ ଆନ୍ଦୋଳନ କରୁଥିବାବେଳେ ଆଉ ଏକ ଗୁରୁତର ସମସ୍ୟା ବ୍ରହ୍ମପୁର ସିଟି ହସ୍ପିଟାଲରେ ବର୍ତମାନ ନିୟମିତ ଦେଖିବାକୁ ମିଳୁଛି l ଦୈନିକ ଶହ ଶହ ରୋଗୀ ବହୁ ଦୂର ଦୁରାନ୍ତରୁ ଚିକିତ୍ସାସେବା ପାଇବାପାଇଁ ବ୍ରହ୍ମପୁର ସିଟି ହସ୍ପିଟାଲକୁ ଆସୁଥିବାବେଳେ ଡାକ୍ତରମାନଙ୍କ ଅନୁପସ୍ଥିତି ରୋଗୀଙ୍କୁ ଅଧିକ କଷ୍ଟ ଦେଉଛି l ଆବଶ୍ୟକତା ଅନୁଯାୟୀ ପ୍ରତି ହସ୍ପିଟାଲରେ ଡାକ୍ତର ନିଯୁକ୍ତି ପାଇଁ ଲଗାତାର ମଞ୍ଚ ପକ୍ଷରୁ ସ୍ୱର ଉତ୍ତୋଳନ ହେଉଥିବାବେଳେ ନିଯୁକ୍ତି ପାଇଥିବା ଡାକ୍ତର ମାନେ ରୋଗୀ ଦେଖା ସମୟରେ ଅନୁପସ୍ଥିତ ରହିବାର ଚରମ ଅବହେଳା ଉଭୟ ଏମକେସିଜି ମେଡିକାଲ ଓ ସିଟି ହସ୍ପିଟାଲରେ ଦେଖାଯାଉଛି l ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନିର୍ଧେସ ପ୍ରକାରେ ସମସ୍ତ ନଗର ଚିକିଛାଳୟମାନଙ୍କରେ ରୋଗୀ ଦେଖା ସମୟ ସକାଳ ୮ଘଣ୍ଟାରୁ ମଧ୍ୟାହ୍ନ ୧୨ ଘଣ୍ଟା ଓ ଅପରାହ୍ନ ୩ଘଣ୍ଟାରୁ ୫ଘଣ୍ଟା ସମୟ ଓ ଏମକେସିଜି ମେଡିକାଲ ଭଳି ବଡ଼ ହସ୍ପିଟାଲରେ ପୂର୍ବାହ୍ନ ୧୦ଘଣ୍ଟାରୁ ଅପରାହ୍ନ ୫ଘଣ୍ଟା ପର୍ଯ୍ୟନ୍ତ ସମୟ ଥିବାବେଳେ ସେହି ସମୟରେ ନିଯୁକ୍ତ ହୋଇଥିବା ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ଗୁରୁତର ଚିକିଛାଗତ ଅବହେଳା ହେଉଛି l ବ୍ରହ୍ମପୁର ସିଟି ହସ୍ପିଟାଲ ସର୍ଜରୀ ବିଭାଗରେ ନିଯୁକ୍ତ ଦୁଇ ଜଣ ବରିଷ୍ଠ ଡାକ୍ତର ଡ଼ା. ଅମରେଶ କୁମାର ସାସlନୀ ଓ ଡ଼ା.ମହେନ୍ଦ୍ର କୁମାର ସାହୁ ବୁଧବାର ଦେଢ ଘଣ୍ଟା ବିଳମ୍ବରେ ଆସିବାରୁ ଲୋକଙ୍କ ବହୁ ସମସ୍ୟା ଦେଖାଯାଇଛି l ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିଛାଧିକାରୀ ଏଥି ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମାନବ ଅଧିକାର ସୁରକ୍ଷା ମଞ୍ଚ ଆବାହକ ଅବନୀ ଗୟା ଦାବୀ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ