ରହଣିଆ ପଞ୍ଚାୟତ ଠାରେ ନିଯୁକ୍ତି ମେଳା
ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା):ଓରମାସ ଦ୍ୱାରା ଆୟୋଜିତ ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶିକ ଯୋଜନାରେ ଆଜି ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଂଚାୟତ କାର୍ଯ୍ୟାଳୟ ଠାରେ ଏକ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଖବରଦାତା ଦୁର୍ଯ୍ୟୋଧନ ଲେଙ୍କା ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ବିଡ଼ିଓ ଦେବଦତ୍ତ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଯୁକ୍ତି ମେଳା ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ସରପଞ୍ଚ ଅଲିଭା ନାୟକ, ଓଡିଶା ଜୀବିକା ମିଶନର କାଂଚନଵାଳା ମଲ୍ଲିକ, ସମାଜସେବୀ ବିରେନ୍ଦ୍ର ନାୟକ ପ୍ରମୁଖ ଏଥିରେ ଉପସ୍ଥିତ ରହି ସରକାରଙ୍କ ଏଭଳି ନିଯୁକ୍ତି ଭିତ୍ତିକ ମେଳାକୁ ସାଧୁବାଦ ଜଣାଇଥିଲେ। ଏଥିରେ ରହଣିଆ ପଞ୍ଚାୟତ ସମେତ ନିକଟ କୁରିଗାଁ, ସରସଦା, ମାଳଦା, ଷୋଳମପୁର ପଞ୍ଚାୟତର ବେକାର ଯୁବକ ଯୁବତୀ ମାନେ ଯୋଗଦେଇ ନିଯୁକ୍ତି ପାଇଁ ନାମ ପଞ୍ଜିକରଣ କରିଥିଲେ। ଏମବିକେ ପ୍ରତିମା କୁଅଁର ସମସ୍ତଙ୍କୁ ଧନ୍ୟବାଦ ଦେଇଥିବା ବେଳେ ନିଯୁକ୍ତି ମେଳାକୁ ମାଳତୀ ସାମଲ, ସ୍ମିତାରାଣୀ ନାୟକ, ଗୀତାଞ୍ଜଳୀ ମଲ୍ଲିକ, ବନିତା ଦାସ, ସାବିତ୍ରୀ ଜେନା, କାମିନୀ ଥାଟୋଇ, ମମତା ସାମଲ, ଦେବିକା ଜେନା, ରୁନାରାଣୀ ଜେନା ପ୍ରମୁଖ ପରିଚାଳନା କରିଥିଲେ।


