ଲକ୍ଷ୍ମୀନାରାୟଣ ପୂଜା ଅନୁଷ୍ଠିତ
ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଦକ୍ଷିଣବାଡ଼ ପଂଚାୟତ ହାଟଡିହି ଠାରେ ବାର୍ଷିକ ଲକ୍ଷ୍ମୀନାରାୟଣ ପୂଜା ଅନୁଷ୍ଠିତ ହୋଇଛି। ଏଥିରେ ପୂଜକ ଶିବ ପ୍ରସାଦ ମିଶ୍ର ଓ କାହ୍ନୁଚରଣ ପଣ୍ଡା ଯୋଗଦେଇ ବୈଦିକ ବିଧି ଅନୁଯାୟୀ ଲକ୍ଷ୍ମୀନାରାୟଣଙ୍କ ଯୁଗଳ ମୂର୍ତ୍ତିକୁ ପୂଜାର୍ଚ୍ଚନା କରିଥିଲେ। ପ୍ରଥମେ ଘଟ ପୂଜା ପରେ ସୂର୍ଯ୍ୟପୂଜା ଓ ହୋମଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ପରେ ପରେ ବାର୍ଷିକ ପୂଜା ଉତ୍ସବ ଆୟୋଜନ ହୋଇଥିଲା। ଏଥିରେ ସଂକଳ୍ପ କର୍ତ୍ତା ଭାବେ ଅକ୍ଷୟ କୁମାର ସାହୁ ଓ ଗୀତାରାଣୀ ସାହୁ ଦାୟିତ୍ବ ନିର୍ବାହ କରିଥିବା ବେଳେ କାର୍ଯ୍ୟକ୍ରମକୁ ଗ୍ରାମବାସୀ ମାନେ ପରିଚାଳନା କରିଥିଲେ। ଅନୁରୂପ ଭାବେ ନିକଟ ଗଣେଶ ବଜାର ଠାରେ ମଧ୍ୟ ଲକ୍ଷ୍ମୀନାରାୟଣଙ୍କ ବାର୍ଷିକ ପୂଜାଉତ୍ସବ ଅନୁଷ୍ଠିତ ହୋଇଯାଇଛି।


