ବିଜୁ ଜନତା ଦଳର ମିଶ୍ରଣ ପର୍ବ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଉପଲଡା ଗ୍ରାମ ଠାରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଅଛି । ଏହି ମିଶ୍ରଣ ପର୍ବରେ ଗୋଷାଣୀ ବ୍ଲକର ଶତାଧିକ ବିଜେଡି କର୍ମୀମାନେ ପାରଳାଖେମୁଣ୍ଡି ସହରର ଫରେଷ୍ଟ ବଙ୍ଗଳା ଠାରୁ ଆରମ୍ଭ କରି ସଭା ସ୍ଥଳରେ ପହଞ୍ଚିଥିଲେ । ସଭାରେ ମଞ୍ଚାସୀନ ଥିଲେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଜେଡି ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକ, ଜିଲ୍ଲା ଯୁବ ସଭାପତି ଏସ୍.ଲିଙ୍ଗରାଜ, ଡ.ତିରୁପତି ପାଣିଗ୍ରାହୀ, ରୂପେଶ ପାଣିଗ୍ରାହୀ, ସାଂସଦ ପ୍ରତିନିଧି ବାଲା ଧନଞ୍ଜୟ, ଗୋଷାଣୀ ବ୍ଲକ ସଭାପତି ଈଶ୍ୱର ରାଓ,ଯୁବ ସଭପତି ପାଇଲା ନାଗେଶ୍ୱରରାଓ, ପୂବ ର୍ତନ ଜିଲ୍ଲା ସଭାପତି ବସନ୍ତ ଦାସ, ଜିଲ୍ଲା ଉପସଭାପତି ଲକ୍ଷ୍ମୀକାନ୍ତ ପରିଚ୍ଛା, ଜିଲ୍ଲା ମହିଳା ସଭାପତି ପୂର୍ଣ୍ଣବାସୀ ନାୟକ, ବରିଷ୍ଠ ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ, ଭୁଷୁକୁଡି କରପଞ୍ଚ ନାଗେଶ୍ୱର ରାଓ, ବ୍ଲକର ମହିଳା ସଭାପତି ରୀତା ରାଣୀରାଇ ପାତ୍ର ପ୍ରମୁଖ ଉପସ୍ଥିତଥିଲେ । ଆଜିର ଏହି ମିଶ୍ରଣ ପର୍ବରେ ଜିଲ୍ଲାପରିଷଦ ସଭ୍ୟା ବିମଳା ସାମଲଙ୍କ ଘରବାହୁଡା ହୋଇଥିବାର ଜଣାପଡିଛି । ସେ ପୂର୍ବରୁ ବିଜେଡିରେ ଥିବାବେଳେ ଭାଜପାରେ ଯୋଗଦେଇଥିଲେ । ବର୍ତ୍ତମାନ ପୁଣି ସେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ତାଙ୍କ ସହ ପ୍ରାୟ ଶତାଧିକ ଭାଜପା କର୍ମୀ ଯୋଗଦେଇଥିଲେ । ସେହିପରି ଅଗରଖଣ୍ଡି ପଞ୍ଚାୟତର ସମିତିସଭ୍ୟ ଚୈତନ୍ୟ ବରାଡ, ପୂର୍ବତନ ସମିତି ସବ୍ୟ ସବାନି ବାରିକ (ଲୁଲୁ) ତାଙ୍କର ସହ ୫୦ରୁ ଉର୍ଦ୍ଧ କର୍ମୀ ବିଜେଡିରେ ଯୋଗଦେଇଥିଲେ । ଉପଲଡାର ପୂର୍ବତନ ସରପଞ୍ଚ ଡିଭିଆର୍ ରାଜୁ, ଖରଷଣ୍ଢାର ପୂର୍ବତନ ସରପଞ୍ଚ ଜି.କ୍ରିଷ୍ଣାରାଓ ଏବଂ ତାଙ୍କର ଶତାଧିକ କର୍ମୀ, ସବରାର ପୂର୍ବତନ ସରପଞ୍ଚ ମମତା ଗୌଡ ଏବଂ ତାଙ୍କର ସମର୍ଥକ, ଲାବନ୍ୟଗଡର ପୂର୍ବତନ ସମିତି ସଭ୍ୟ କୃଷ୍ଣଚନ୍ଦ୍ର ପାରିକା ଏବଂ ତାଙ୍କର ସମର୍ଥକମାନେ ଯୋଗ ଦେଇଥିଲେ । ଏପରି ଭାବେ ପ୍ରାୟ ୧ହଜାରରୁ ଉର୍ଦ୍ଧ ଲୋକେ ବିଭିନ୍ନ ଦଳତ୍ୟାଗ କରି ବିଜେଡିରେ ଯୋଗଦାନ କରିଛନ୍ତି । ଏପରି ବିପୁଳ ପରିମାଣରେ ଯୋଗଦେଇଥିବାକୁ ଦେଖି ସାଂସଦ ଶ୍ରୀ ସାହୁ କହିଥିଲେ ଯେ ବିଜେଡି ଦଳ ବହୁ ଆଗକୁ ଯିବ ଏଥିରେ ସନ୍ଦେହ ନାହିଁ । ଭାରତରେ ଅନ୍ୟ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁସରଣ କରୁଛନ୍ତି । ସେହିପରି କରୋନା କାଳରେ ଏକଲକ୍ଷରୁ ଉର୍ଦ୍ଧ ରକ୍ତଦାନ, ଅକ୍ସିଜେନ ଦାନ ଦେଶରେ ଉଦାହରଣ ସୃଷ୍ଟି କରିଛି । ନବୀନ ବାବୁଙ୍କ ଶୃଙ୍ଖଳିତ ଆଚରଣ, ଲୋକାଭିମୁଖୀ ଯୋଜନା ଗୁଡିକୁ କାର୍ଯ୍ୟକାରୀ କରିବା ଆଦି ଓଡିଶା ରାଜ୍ୟ ଆଜି ଦେଶରେ ସର୍ବଶ୍ରେଷ୍ଠ ହୋଇପାରିଛି । ଅନ୍ୟତମ ଅତିଥି ସୁଧିର ଦାସ କହିଥିଲେ ଯେ ଆମ୍ଭ ଦଳ ଗୋଟିଏ ଶୃଙ୍ଖଳିତ ଦଳ ଅଟେ, ମିଛ କଥା କହି ଭୋଟ ମାଗିବା ଦଳର ଆଦର୍ଶ ନୁହେଁ ବୋଲି କହିଥିଲେ । ସେହିପରି ଡ.ତିରୁପତି ପାଣିଗ୍ରାହୀ ମୁଖ୍ୟ ନବୀନ ପଟ୍ଟନାୟକଙ୍କ ଶାଶନ କାଳର ଉନ୍ନୟନ ମୂଳୟକ କାର୍ଯ୍ୟ ସମ୍ପର୍କରେ କହିଥିଲେ । ଶାନ୍ତିଶୃଙ୍ଖଳା ରକ୍ଷା କରିବାପାଇଁ ଗୁରାଣ୍ଡି ଥାନା ଅଧିକାରୀ ରବିନ୍ଦ୍ର ପାତ୍ର, ଏସ୍ଆଇ ଲୋକନାଥ ବେହେରା, ଅଭିମନ୍ୟୁ ପଲାଇଙ୍କ ସମେତ ବହୁ ପୋଲିସ ମୁତୟନ ହୋଇଥିଲେ ।


