ଶତାଧିକ କଂଗ୍ରେସ କର୍ମୀ ବ୍ଲକ ଘେରାଉ କଲେ
ତିର୍ତ୍ତୋଲ (ଅଭିଷେକ ତ୍ରିପାଠୀ) :- ଆଜି ତିର୍ତ୍ତୋଲ ବ୍ଲକ କଂଗ୍ରେସ କମିଟି ତରଫରୁ ତିର୍ତ୍ତୋଲ ବ୍ଲକରେ ହେଉଥିବା ଦୁର୍ନୀତି, ଅନିୟମିତତା, ରାଜନୈତିକ ଭେଦଭାବ ଓ ସାଧାରଣ ଜନତାଙ୍କ ମୌଳିକ ସମସ୍ୟାକୁ ନେଇ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ଇଂ ହିମାଂଶୁ ଭୂଷଣ ମଲ୍ଲିକଙ୍କ ନେତୃତ୍ୱରେ ତିର୍ତ୍ତୋଲ ଲକ୍ ବଜାର ଠାରୁ ଏକ ବିଶାଳ ପଦଯାତ୍ରାରେ ଶତାଧିକ କଂଗ୍ରେସ କର୍ମୀ ୧୪ ଦଫା ଦାବିରେ ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହିତ ପ୍ରତିବାଦ ସଭା କରିଥିଲେ । ଏହି ସଭାରେ ବ୍ଲକ କଂଗ୍ରେସ ସଭାପତି ନିହାର ରଞ୍ଜନ ନାୟକ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ବାଙ୍କୀ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଡ. ଦେବାଶିଷ ପଟ୍ଟନାୟକ , ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନଓ୍ବାଜ, ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ନଟବର ବାରିକ, ପ୍ରଦେଶ ମହିଳା କଂଗ୍ରେସ ଉପସଭାପତି ଶ୍ରୀମତି ପ୍ରତିମା ମଲ୍ଲିକ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକ, ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଅକ୍ଷୟ ଦାସ , ଦାଇଁଲୋ ପଞ୍ଚାୟତର ସରପଞ୍ଚ ତଥା ତିର୍ତ୍ତୋଲ ବ୍ଲକ କଂଗ୍ରେସ କମିଟି ର ଉପ- ସଭାପତି ଶ୍ରୀଯୁକ୍ତ ଧନଞ୍ଜୟ ସୂତାର,ଯୁବ ସଂଗଠକ ଦେବପ୍ରସାଦ ନାୟକ(ଫେଲୁ) କନିମୂଳ ସରପଞ୍ଚ ତଥା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ବେଦଦ୍ୟୁତି ପୃଷ୍ଟି, ରାଜ୍ୟ ଛାତ୍ର କଂଗ୍ରେସ ଉପସଭାପତି ସୁନିଲ ମାଟିଆ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ସ୍ମୁତି ରଞ୍ଜନ ଜେନା, ପିସିସି ସାଧାରଣ ସମ୍ପାଦକ ନାରାୟଣ ଜେନାଯୋଗଦେଇ ବ୍ଲକ ପ୍ରଶାସନିକ ଅଧିକାରୀଙ୍କ ବିରୁଦ୍ଧରେ ବିଷୋଦଗାର କରିବା ସହିତ ବ୍ଲକ ରେ ଚାଲିଥିବା ଦୁର୍ନିତି ର କଳାଚିଠା ପ୍ରକାଶ କରିଥିଲେ। କଂଗ୍ରେସ କରିଥିବା ଦାବିର ଯଦି ସମାଧାନ ନ ହୁଏ ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଯୁବ ନେତା ଅଶ୍ୱିନ ସ୍ୱାଇଁ, ଶାଫି ଆଜମ,ଦେବାଶିଷ ଶର୍ମା(ଭିକି), ରବୀନ୍ଦ୍ର ମଲ୍ଲିକ, ବୁଧେଶ୍ୱର ବେହେରା, ରୀଙ୍କୁ ପାଲ, ସୌମ୍ୟ ପ୍ରିତମ, ତିର୍ତ୍ତୋଲ ନିର୍ବାଚନ ଛାତ୍ର କଂଗ୍ରେସ ସଭାପତି ପ୍ରତ୍ୟୁଷ ପରିଜା ପ୍ରମୁଖ ଉପସ୍ଥିତ ରହିଥିଲେ ।


