ମହାବିଦ୍ୟାଳୟରେ ସ୍ଵତନ୍ତ୍ର ସେବା ଶିବିର ଉଦଘାଟନ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ସ୍ଥାନୀୟ ହିଲଟପ ସ୍ନାତକ ମହାବିଦ୍ୟାଳୟ ପରିସରରେ ୨୦/୧୨ ଠାରୁ ୨୬/୧୨ ପର୍ଯ୍ୟନ୍ତ ୭ଦିନ ଧରି ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ସେବା ଶିବିରର ଉଦଘାଟନ ଉତ୍ସବ ବରିଷ୍ଠ ଅଧ୍ୟ।ପକ ଜଗନ୍ନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ ମାର୍ଶାଲ ନାୟକ, ମୁଖ୍ୟ ବକ୍ତା ବରିଷ୍ଠ ଅଧ୍ୟାପକ ପ୍ରଣବାନନ୍ଦ ପାଟ୍ଟୋଷୀ ଓ ସମ୍ମାନୀତ ଅତିଥି ଭାବେ ମନୋରଞ୍ଜନ ପାଣିଗ୍ରାହୀ ଯୋଗ ଦେଇଥିଲେ । ଅତିଥିମାନେ ନିଜ ବକ୍ତବ୍ୟରେ ଜାତୀୟ ସେବା ଶିବିରର ମହତ୍ଵ, ଲକ୍ଷ୍ୟ’, ଉଦ୍ଦେଶ୍ୟ ଓ ସେବା ସମ୍ପର୍କରେ ଉପସ୍ଥିତ ବାଳିକା ବିଭାଗର ୨୩ଜଣ ଛାତ୍ରୀ ଓ ବାଳକ ବିଭାଗର ୨୩ଜଣ ଛାତ୍ରୀଙ୍କୁ ବୁଝାଇଥିଲେ । ସଭା କାର୍ଯ୍ୟ ଶେଷ ହେବାପରେ ସ୍ଵତନ୍ତ୍ର ସେବା ଶିବିରର ୪୬ ଜଣ ଛାତ/ଛାତ୍ରୀ ମହାବିଦ୍ୟାଳୟ ପରିସରକୁ ପରିଷ୍କାର ପରିଚ୍ଛନ୍ନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ବାଳିକା ବିଭାଗର ଯୋଜନା ଅଧିକାରିଣୀ ଅଧ୍ୟାପିକା ରୀତା କୁମାରୀ ଶତପଥୀ ଓ ବାଳକ ବିଭାଗର ଯୋଜନା ଅଧିକାରୀ ସନ୍ତୋଷ କୁମାର ନନ୍ଦ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ