ଗଜପତିରେ କୋଭିଡ୍ ଟୀକା : ୫୦ପ୍ରତିଶତ ଟୀକାକରଣ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :କୋଭିଡ୍ ଟିକାକରଣକୁ ଇତି ମଧ୍ୟରେ ଏକ ବର୍ଷ ବିତିବାକୁ ଯାଉଛି । ଏହି ଟିକାକରଣ ଜିଲ୍ଲାରେ ଜାନୁୟାରୀ ୧୬ତାରିଖରେ ଆରମ୍ଭ ହୋଇଥିଲା । ଜିଲ୍ଲାରେ ମୋଟ ୪ଲକ୍ଷ ୩୦ହଜାର ୨୪୭ଜଙ୍କୁ ଟୀକା ଦେବାପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇ ଟିକାକରଣ ଆରମ୍ଭ ହୋଇଥିବା ବେଳେ ୨୩ଡିସେମ୍ବର ସୁଦ୍ଧା ବିଭିନ୍ନ ବର୍ଗ ତଥା ସ୍ୱାସ୍ଥ୍ୟ ବିଭାଗ, ବିଭିନ୍ନ ସରକାରୀ ବିଭାଗ କର୍ମଚାରୀ, ବରିଷ୍ଠ ନାଗରିକ ଓ ୧୮ ବର୍ଷ ବୟସରୁ ଉର୍ଦ୍ଧ ଦୂରାରୋଗ ପୀଢିତ ପ୍ରଭୃତିଙ୍କୁ ମିଶାଇ ପ୍ରଥମ ଡୋଜ୍ କୋଭିଡ ଟିକା ୩ଲକ୍ଷ ୩୪ ହଜାର ୯୯୭ ନେଇଥିବାର ଜଣାପଡିଛି । ଯାହାକି ଲକ୍ଷ୍ୟ ଧାର୍ଯ୍ୟର ପ୍ରାୟ ୭୮ପ୍ରତିଶତ ପୁରଣ ହୋଇସାରିଛି । ସେହିପରି ଦ୍ୱିତୀୟ ଡୋଜ୍ ନେଇଥିବା ଲୋକଙ୍କ ସଂଖ୍ୟା ମୋଟ ୨ଲକ୍ଷ ୧୬ହଜାର ୫୦୩ ଜଣ । ଯାହାକି ଲକ୍ଷ୍ୟ ଧାର୍ଯ୍ୟର ୫୦ପ୍ରତିଶତ ପୁରଣ ହୋଇଯାଇଛି । ଜିଲ୍ଲାର ସମସ୍ତ ବ୍ଲକ ଓ ସହରାଞ୍ଚଳ ଗୁଡିକରେ ଟିକାକରଣ ଜାରି ରହିଛି । ଟିକାକରଣରେ ପାରଳାଖେମୁଣ୍ଡି ପୌରପରିଷଦରେ ପ୍ରଥମ ଡୋଜ୍ ଶତ ପ୍ରତିଶତ ପାର କରିସାରିଥିବା ବେଳେ ଦ୍ୱିତୀୟରେ ଆର୍‌.ଉଦୟଗରି ୮୫ପ୍ରତିଶତ, ତୃତୀୟରେ ରାୟଗଡ ବ୍ଲକ ୮୨ପ୍ରତିଶତ, ଚତୁର୍ଥରେ ନୂଆଗଡ ବ୍ଲକ ୮୧ପ୍ରତିଶତ, ପଞ୍ଚମରେ ମୋହନା ବ୍ଲକ ୭୭ପ୍ରତିଶତ, ଷଷ୍ଠରେ ଗୋଷାଣୀ ବ୍ଲକରେ ୭୪ପ୍ରତିଶତ, ସପ୍ତମରେ କାଶୀନଗର ବ୍ଲକ ୬୮ପ୍ରତିଶତ, ଅଷ୍ଟମ ତଥା ଶେଷରେ ଗୁମ୍ମା ବ୍ଲକରେ ୬୧ପ୍ରତିଶତ ଟିକା ଦିଆଯାଇଛି । ସେହିଭଳି ଦ୍ୱିତୀୟ ଡୋଜ୍ ରେ ପାରଳାଖେମୁଣ୍ଡି ପୌରପରିଷଦରେ ୮୧ପ୍ରତିଶତ, ଆର୍‌.ଉଦୟଗିରି ବ୍ଲକରେ ୬୮ପ୍ରତିଶତ, ଗୋଷାଣୀ ବ୍ଲକରେ ୫୪ପ୍ରତିଶତ, ନୂଆଗଡ ବ୍ଲକରେ ୫୩ ପ୍ରତିଶତ, ରାୟଗଡ ବ୍ଲକରେ ୫୦ପ୍ରତିଶତ, କାଶୀନଗର ଓ ମୋହନାରେ ୪୨ପ୍ରତିଶତ ଟିକା ଦିଆ ସରିଛି । ଏଠାରେ ସୂଚନା ଯୋଗ୍ୟ ଯେ, ଦେଶେରେ ପ୍ରଥମ କରି ଚଳିତ ବର୍ଷ ଜାନୁଆରୀ ମାସ ୧୬ ତାରିଖରୁ ପ୍ରଥମ ପର୍ଯ୍ୟାୟ କୋଭିଡ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିବା ବେଳେ ଗଜପତି ଜିଲ୍ଲାରେ ମଧ୍ୟ ସେହିଦିନ ଆରମ୍ଭ ହୋଇଥିଲା । ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ