ଭୁବନେଶ୍ୱର ମାର୍କେଟ ସଂଖ୍ୟାଲଘୁ କମିଟି ପକ୍ଷରୁ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଭୁବନେଶ୍ୱର ମାର୍କେଟ ସଂଖ୍ୟାଲଘୁ କମିଟି ପକ୍ଷରୁ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଶେଖ୍ ଆଜାଦ ଅଲ୍ଲୀ (ମୁନ୍ନା ଭାଇ)ଙ୍କ ତତ୍ତ୍ୱାବଧାନରେ ଏକ ସଭାର ଆୟୋଜିତ ହୋଇଥିଲା । ଏଥିରେ ଉପସ୍ଥିତ ନେତାମାନେ ବିଜୁ ବାବୁଙ୍କ ଆଦର୍ଶରେ ଗଠିତ ହୋଇଥିବା ବିଜେଡି ଦଳ ସଂପର୍କରେ ଆଲୋକପାତ କରିଥିଲେ । ଆଗକୁ ଦଳକୁ ଆହୁରି ମଜଭୁତ କରିବାକୁ ନେତାମାନେ ସଂକଳ୍ପ ନେଇଥିଲେ । ଶେଷରେ କେକ୍ କାଟି ଉପସ୍ଥିତ ନେତାମାନେ ଉତ୍ସବ ମନାଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜେଡି ସଂଖ୍ୟାଲଘୁ ଉପସଭାପତି ଅବଦୁଲ ଘନି ହୁସେନ, ଏମଡି ଅସରଫ, ଦିଲଦାର ମହମ୍ମଦ, ମହମ୍ମଦ ତସଲିମ,ଏମଡି ଅଜଗର ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ