ସ୍ୱୟଂ ଶାସିତ ମହାବିଦ୍ୟାଳୟର ଏନ୍ଏସ୍ଏସ୍ କ୍ୟାମ୍ପ ଉଦ୍ଯାପିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍)ର ଏକ କ୍ୟାମ୍ପ କେରାଣ୍ଡି ଗ୍ରାମରେ ହେଉଥିଲା । ଏହା ଉଦ୍ଯାପିତ ହୋଇଥିବାର ଜଣାପଡିଛି । ଏହି କ୍ୟାମ୍ପରେ ଛାତ୍ରଛାତ୍ରମାନେ ୭ ଦିନର ଅନୁଭୁତିକୁ ସାଉଁଟି ଥିବା ବେଳେ ଏହି ୭ ଦିନରେ ଗୋଟିଏ ଛାତ୍ର ଓ ଛାତ୍ରୀ କିପରି ଦେଶ ଗଠନରେ ସହାୟକ ହୋଇପାରିବ, ନିଜ ନିଜ ଭିତରେ ଥିବା କଳାକୁ ଗୋଟିଏ ଛାତ୍ର ଛାତ୍ରୀ କିପରି ପ୍ରକାଶ କରିବେ ସେନେଇ ବିଭିନ୍ନ ଆଲୋଚନା ଓ ମତପ୍ରକାଶ କରିଥିଲେ । ଏହିକାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଭଜମନ ବେହେରା ଉପସ୍ଥିତ ରହି ଛାତ୍ର ଛାତ୍ରୀମାନଙ୍କୁ ଉପଦେଶ ଦେବା ସହ ମାନ ପତ୍ର ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡିଆ ବିଭାଗର ମୁଖ୍ୟ ଡ. ଚନ୍ଦ୍ର ଶେଖର ଦାସ, ଓ ଅତିଥି ଅଧ୍ୟାପକ ଅର୍ଜୁନ ଜେନା, ଜାତୀୟ ସେବା ଯୋଜନାର ସଂଯୋଜକ ଡ.ବୈଦ୍ୟନାଥ ଦାଶ ଏବଂ ବାଳିକା ବିଭାଗର ସଂଯୋଜିକା ଡ. କିରଣ ବାଳା ଭୂୟାଁ ପ୍ରମୁଖ ପରିଚାଳନା କରିଥିଲେ । ଅତିଥି ମାନେ ଜାତୀୟ ସେବା ଶିବରର ଲକ୍ଷ୍ୟ, ମହତ୍ତବ ଉଦ୍ଦେଶ୍ୟ ଓ ସେବା ସମ୍ପର୍କରେ ଆଲୋକପାତ କରିଥିଲେ । ଛାତ୍ରଛାତ୍ରୀମାନେ ଏହି କ୍ୟାମ୍ପ ଦ୍ୱାରା ଉପଲବ୍ଧି କରିଥିବା ଅନୁଭୁତି ଚିର ସ୍ମରଣୀୟ ହୋଇ ରହିବ ଏବଂ ଏହି ଅନୁଭୁତି ଆଗାମୀ ଭବିଷ୍ୟତରେ କର୍ମମୟ ଜୀବନ କାର୍ଯ୍ୟରେ ସହାୟକ ହେବ ବୋଲି ମତ ଦେଇଛନ୍ତି ।