ପାରଳାରେ ୩୯ତମ ଭକ୍ତି ସଂଗୀତ ସମାରୋହ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା)ପାରଳାଖେମୁଣ୍ଡି ଭକ୍ତି ସଂଗୀତ ସାଂସଦ ଆନୁକୁଲ୍ୟରେ ୩୯ତମ ଭକ୍ତି ସଂଗୀତ ସମାରୋହ-୨୦୧୯ ରବିବାର ସଂଧ୍ୟାରେ ମହନ୍ତ ମହାରାଜ ରାମାନନ୍ଦ ଦାସଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଏବଂ ବିଶିଷ୍ଟ ଓ ସମ୍ମାନୀୟ ଅତିଥି ଭାବେ ଗଜପତି ଏସପି ସାରା ଶର୍ମା,ଅତିରିକ୍ତ ଜିଲ୍ଲାପାଳ ସ୍ୱଧା ଦେବ ସିଂ,ପାରଳା ରାଜକୁମାରୀ କଲ୍ୟାଣୀଦେବୀ,ରାସବିହାରୀ ମହାନ୍ତି ପ୍ରମୁଖ ଯୋଗଦେଇ ଭକ୍ତି ସଂଗୀତ ସଂସଦ ଦ୍ୱାରା ଦୀର୍ଘ ବର୍ଷ ଧରି ଆୟୋଯିତ ହୋଇ ଆସୁଥିବା ଏହି ଭକ୍ତି ରସାମୃତ ସଂଗୀତ ସମାରୋହ ଉଦ୍ୟମକୁ ଭୁୟସୀ ପ୍ରସଂଶା କରିଥିଲେ । ପାରଳାର କଳା,ସଂସ୍କୃତି ଓ ସଂଗୀତକୁ ଏକ ନୂତନ ଦିଗ୍ଦର୍ଶନ ଦେବା ସହ ବିଭିନ୍ନ ସଂଗୀତ କଳାକାରଙ୍କୁ ସୃଷ୍ଟି କରି ଏକ ଆଦର୍ଶ ଅଧ୍ୟାୟ ଆରମ୍ଭ ହୋଇଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଭକ୍ତି ରସାମୃତ ସଂଗୀତ ସମାରୋହରେ ବିଶିଷ୍ଟ ସିତାର ବାଦକ ସୁରେନ୍ଦ୍ର କୁମାର ରାୱଲ,ସୁପ୍ରସିଦ୍ଧ ତବଲା ବାଦକ ରତ୍ନାକର ପୃଷ୍ଟି,ଲୋକପ୍ରିୟ ସଂଗୀତଜ୍ଞ ପ୍ରଶାନ୍ତ ପାଢୀ,ରଘୁନାଥ ପାତ୍ର,ଶ୍ରୀକର ପାଢୀ,ପ୍ରତିଭା ପ୍ରଧାନ,ଗଜପତି ଏସପି ସାରା ଶର୍ମା ଓ ଭକ୍ତି ସଂଗୀତ ସଂସଦର ବେତାର ଶିଳ୍ପୀଗଣଙ୍କ ଦ୍ୱାରା ଭକ୍ତି ରସାମୃତ ସଂଗୀତ ପରିବେଶଣ କରାଯାଇଥିଲା । ଏହାର ପରିବେଷଣ ଅତ୍ୟନ୍ତ ଉଚ୍ଚକୋଟିର ଥିଲା । ଯାହାକି ଶୀତ ରାତିର କୌଣସି ପ୍ରଭାବ ଲୋକଙ୍କ ଠାରେ ଦେଖା ଦେଇ ନ ଥିଲା । ଭକ୍ତି ସଂଗୀତ ସାଂସଦର ସଭାପତି ବସନ୍ତ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ସାଧାରଣ ସମ୍ପାଦକ ପୁର୍ଣ୍ଣ ଚନ୍ଦ୍ର ରଥ ବାର୍ଷିକ ବିବରଣି ପାଠ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ