ଗଣିଜାଙ୍ଗ ବଜାରରେ ମାଛ ଦୋକାନ ଉଚ୍ଛେଦ

ବନ୍ତ, (ଚାନ୍ଦିନୀ ମହାନ୍ତି) :ଆଜି କୋର୍ଟ ନିର୍ଦ୍ଦେଶ ଅନୁଯାୟୀ ବନ୍ତ ବ୍ଲକ ଗଣିଜାଙ୍ଗ ବଜାରରେ ତହସିଲ ପକ୍ଷରୁ ଏକ ମାଛ ଦୋକାନକୁ ଉଚ୍ଛେଦ କରାଯାଇଛି । ଏହି ମାଛ ଦୋକାନ ଦୀର୍ଘଦିନ ହେବ ରତ୍ନାକର ନନ୍ଦଙ୍କ ମାର୍କେଟ କମ୍ପେ୍ଲକ୍ସ ଆଗରେ ଥିଲା । ଏହାକୁ ଉଚ୍ଛେଦ କରିବା ନେଇ ଶ୍ରୀ ନନ୍ଦ ଗତ ୨୦୨୦ ମସିହାରେ ହାଇକୋର୍ଟରେ ପିଟିସନ କରିଥିଲେ । ପରେ ୨୦୨୧ ମସିହାରେ କଣ୍ଟେମ୍ପ୍‌ଟ ଫାଇଲ କରିଥିଲେ । ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲାପାଳ ଚିଠି ନଂ-୨୬୬୬/ତା-୧-୧୨-୨୧ରେ ଜବରଦଖଲ ଉଚ୍ଛେଦ ପାଇଁ ଆଦେଶ ପ୍ରଦାନ କରିଥିଲେ । ଫଳରେ ତହସିଲ ପକ୍ଷରୁ ସଂପୃକ୍ତ ମାଛ ଦୋକାନୀଙ୍କୁ ବାରମ୍ବାର ନୋଟିସ କରାଯାଇଥିଲା । ଶେଷରେ ଆଜି ଅତିରିକ୍ତ ତହସିଲଦାର ବିନିତାରାଣୀ କିସ୍କୁ, ଅମିନ ତାପସ ଜେନା, ଗଣିଜାଙ୍ଗ ରାଜସ୍ୱ ନିରୀକ୍ଷକ ସୁବ୍ରତ ମଲ୍ଲିକ, ଗ୍ରାମାଞ୍ଚଳ ଥାନା ଏ.ଏସ୍‌ଆଇ ରଞ୍ଜନ କୁମାର ମହାନ୍ତି, ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ସୁଧାଂଶୁ ଶେଖର ମହାପାତ୍ରଙ୍କ ସମେତ ପୋଲିସ ଫୋର୍ସ ଉପସ୍ଥିତିରେ ଜେସିବି ମେସିନ ସହାୟତାରେ ଉକ୍ତ ମାଛ ଦୋକାନକୁ ଉଚ୍ଛେଦ କରାଯାଇଥିଲା । ମାଛ ଦୋକାନ ଉଚ୍ଛେଦ ବେଳେ ବଜାରରେ ଉତ୍ତେଜନା ପ୍ରକାଶ ପାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ