ନବୀନଙ୍କ ରିଲିଫ୍ ରାଜନୀତି ବିରୋଧରେ ପ୍ରଚାର ହେବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଗଲା ବିଧାନସଭା ନିବାର୍ଚନ ପୂର୍ବରୁ କାଳିଆ ପଇସାକୁ ନେଇ ଗଗନ ପବନ ପ୍ରକମ୍ପିତ କଲ । ସବୁ କ୍ଷୁଦ୍ର, ନାମମାତ୍ର, ଭୂମିହୀନ ଚାଷୀଙ୍କୁ କାଳିଆ ପଇସା ଦେବୁ । ଆମର ଦାବୀ ଥିଲା ଚାଷୀମାନଙ୍କୁ ୫୦୦୦ ପେନସନ ଦିଅ, ଓଡିଶା ସାରା ଚାଷୀ ତାତିଥିଲେ । ସେତେବେଳେ ଚାଷୀଙ୍କୁ ପ୍ରଭାବତି କରିବା ପାଇଁ କହିଲ କାଳିଆ ହୋଇଗଲା ଭୂମିହୀନ ପାଇବେ ୧୨,୫୦୦ ଛୋଟଚାଷୀ ୧୦,୦୦୦ । କେନ୍ଦ୍ରସରକାର ବି ଦେଲେ ୬୦୦୦ । ଗରୀବ ଚାଷୀ ମନରେ ଆଶା ବାନ୍ଧିଥିଲା ୧୬,୦୦୦ ହେଲେ ଚାଷ ଖର୍ଚ୍ଚ ଟିକେ ଚଳିଯିବ । ହେଲେ ହଠାତ୍ କଥା କଥାକେ କେନ୍ଦ୍ର ସରକାର ବିରୁଦ୍ଧରେ କହୁଥିବା ନବୀନ ସରକାର କହିଲେ କାଳିଆ ଓ ପିଏମ କିଷାନ ମିଶାଇଦିଅ । ଅର୍ଥାତ୍ ଆମ ୧୦,୦୦୦କୁ କାଟି ୪୦୦୦ କରିଦେଲେ । କେତେବେଳେ କରିଦେଲେ ଯେତେବେଳେ ଅମାରରେ ଢେର ପଇସା ସେତେବେଳେ । କରୋନାରେ ଖଣିରେ ରାଜସ୍ୱ ବୃଦ୍ଧି ଓ ଡିଏମଏଫ ପଇସା ଉଠାଣ ଆଣିବା ବେଳେ । ଏବେ ଉଠାଦୋକାନୀ, ହକରଙ୍କୁ, କରୋନା ସହାୟତା ନାମରେ ସରକାର ମାମୁଲି ସହାୟତା ଦେଇଛନ୍ତି । ଲୋକ ଓ ଦଳୀୟକର୍ମୀ ଏଥିରେ ହାଉହାଉ । ଖବର କାଗଜ କହୁଛି ସରକାର ଅମାର ଖୋଲିଦେଲେ । ପ୍ରକୃତ ପକ୍ଷେ ସରକାର ଚାଷୀ, ବେକାରୀ, ଅସହାୟ ବୁଢାବୁଢୀ ଓ ଚାକିରିଆ କାହାପାଇଁ ଅଧିକା ଖର୍ଚ୍ଚ କରିଛନ୍ତି ଏଥିନେଇ ବିତର୍କ ହେଉ । ଉପକୂଳ ଓଡିଶାରେ ଘରେଘରେ ନଳକୂପ କିନ୍ତୁ ପାଣିଟାଙ୍କି ବସାଚାଲଛି । ଆପଣ ନିର୍ବାଚନ ଫଣ୍ଡ ପାଇଁ ଟାଟା ଠାରୁ ପଇସା ନେଇ ଇଲେକ୍ଟି ବିକ୍ରି କରିଦେଲେ । ଏବେ ଟାଟାର ବିଦ୍ୟୁତ୍ ବିଲ୍ ତାତି ଢେର୍ । ପଡୋଶୀ ଛତିଶଗଡରେ ଧାନ କୁଇଣ୍ଟାଲ ୨୫୦୦ ଏଠି ଶୂନ । କେବଳ କେନ୍ଦ୍ର ବିରୋଧି ସ୍ଲୋଗାନ ଦେଇ ଦାଇତ୍ୱ ଶେଷ । ଏତେ ଟଙ୍କା ମଠ ମନ୍ଦିର, ଗାଧୁଆ ଘର, ମଶାଣୀରେ ଅପବ୍ୟୟ ହେଉଛି ଯେଉଁଠି ଲୋକ ରୋଜଗାର ପାଇଥାନ୍ତେ ବେକାରୀ ମୁହଁରେ ହସ ଫୁଟିଥାନ୍ତା ସେ ସେକ୍ଟରରେ ଖର୍ଚ୍ଚ ଶୂନ । ମୂଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କେତେଚାଷୀ ଉପକୃତ ହେଇଛନ୍ତି? କେବଳ ପ୍ରଚାରରେ ତୋଫାନ କରୁଛ । ଏବେ ମାଳ ମାଳ ଯେଜନାକୁ ମାଳମାଳ ଅଭିଯୋଗରେ ମୁକାବିଲା କରାଯିବ । କଣ୍ଟାକୁ କଣ୍ଟାରେ କାଟିଲା ପରି । ତମେ ଆହାର ଦେଇଛ, ଆନ୍ଧ୍ର ଆହାର ଥାଳିରେ କେତେ ଆଇଟମ ଆମର କେତେ? ସେଠି ଭତ୍ତା ୨୨୫୦, ଏଠି କେତେ? ୪୦୦୦ ଟଙ୍କା ମାସକୁ ତାମିଲନାଡୁରେ କରୋନା ରିଲିଫ୍ ମିଳୁଥିଲା ଆମର ଥରେ ମାତ୍ର ୧୦୦୦, ପୁଣି ଭୋଟ ବେଳେ । ଅସ୍ଥାୟୀ ଯୋଜନା କିଭଳି ଆମ ଦୀର୍ଘମିଆଦୀ ସ୍ଥାୟୀ ବିକାଶକୁ ବରବାଦ କରୁଛି ଏ ନେଇ ଗାଁ ଗାଁରେ ପଞ୍ଚାୟତ ବସିବ । ଲୋକେ ନିଜେ ସଭା କରି ରାୟ ଶୁଣାଇବେ । ଆପଣ ଯେଉଁମାନଙ୍କ ଭୋଟ ପାଆନ୍ତି ନାହିଁ ସେମାନଙ୍କୁ କେତେ ଓ ଯେଉଁ ମାନଙ୍କ ଭୋଟରେ ଶାସନ ଗାଦିରେ ବସିଛ ସେମାନଙ୍କୁ କେତେପଇସା କେଉଁ ଯୋଜନାରେ ଦେଇଛ ଖବରକାଗଜରେ ବିଜ୍ଞାପନ ଦିଅ? । ମୁଖ୍ୟମନ୍ତ୍ରୀ ସେତୁ ଢେର, ପଞ୍ଚାୟତରେ କଲ୍ୟାଣ ମଣ୍ଡପ ଢେର ଶୀତଳ ଭଣ୍ଡାର, ସାରପାଇଁ ଗୋଦାମ ଘର ନାହିଁ । କଞ୍ଚା ପନିପରିବା କ୍ଷତି ପୂରଣ କେତେ ଦେଇଛ? ତ୍ରିସ୍ତରୀୟ ଯୋଜନାର ପରିଣତି କଣ? ତମ କାଳିଆ ଯୋଜନା ପ୍ରବାସୀ ଓଡିଆ ଓ ଓମ୍ ମିଶ୍ର ମହାରଥି ପରିବାର ପାଇଁ ଥିଲା ବେଳେ ସାଧାରଣ ଚାଷୀ ବଳି ପଡିଲେ । ଆପଣ ନିର୍ବାଚନ ପୂର୍ବରୁ ମାସିକିଆ ପ୍ୟାକେଜ କରି ବାହାବାହା ନେଉଛନନ୍ତି । ଭାବୁଛନ୍ତି ବିରୋଧି ଏଥିରେ ଭାସିଯିବେ । ଏହା ବିରୁଦ୍ଧରେ ବ୍ୟାପକ ପ୍ରଚାରରେ ମୁକାବିଲା ହେବ । ବିଶେଷକରି ଚାଷୀ ପେନସନ୍‌, ଧାନ ଦର, ଆଳୁ ମିଶନ୍‌, ସାର ଅବ୍ୟବସ୍ଥା, କ୍ଷୀର ଦର ଧାନକିଣାରେ ମିଲରଙ୍କର କଟନି ଛାଟନି, ନେଇ ପ୍ରଚାର ହେବ । ଆମେ ପ୍ରମାଣ କରିବୁ ଓଡିଆ ଜାତି ଓ ଚାଷୀଙ୍କର ଉନ୍ନତି ପାଇଁ ଯୋଜନା ନୁହେଁ ଆପଣଙ୍କ ଗାଦି ପାଇଁ ଏହି ଅସ୍ଥାୟୀ ଓ ଗନ୍ଧିଆ ଯୋଜନା କରୁଛନ୍ତି କ୍ଷମତାରେ ରହିବା ପାଇଁ ବୋଲି ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶ୍ରୀ ଶେଷଦେବ ନନ୍ଦ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ