ସଅଁରା ଠାରେ “ସ୍ୱଚ୍ଛ ଗ୍ରାମ ସବୁଜ ଗ୍ରାମ” କାର୍ଯ୍ୟକ୍ରମ ଅନୁଷ୍ଠିତ

ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ) :-ନେହେରୁ ଯୁବ କେନ୍ଦ୍ର ସଙ୍ଗଠନ, ଜଗତସିଂହପୁର ଦ୍ୱାରା କ୍ଲବ ଜୟ ଜବାନ ଜୟ କିସାନ, ଧୂଆଁପାରୀ ଆନୁକୁଲ୍ୟରେ ଓ ଗୋପବନ୍ଧୁ ୟୁଥ କ୍ଲବର ସହଭାଗିତାରେ ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ର, ସଅଁରା ଠାରେ “ସ୍ୱଚ୍ଛ ଗ୍ରାମ ସବୁଜ ଗ୍ରାମ” ନାମକ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି । ଏହି କର୍ମଶାଳାରେ ମୁଖ୍ୟଅତିଥି ଭାବରେ ଡି.କେ.ଏନ ମହାବିଦ୍ୟାଳୟର ଅଧ୍ୟାପକ ଗୋପାଳକୃଷ୍ଣ ମିଶ୍ର ଯୋଗ ଦେଇ ଗ୍ରାମ୍ୟ ପରିବେଶର ସ୍ୱଚ୍ଛତା ଓ ବୃକ୍ଷରୋପଣ ବିଷୟରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ସଅଁରା ପଞ୍ଚାୟତ ର ସରପଞ୍ଚ ସସ୍ମିତା ଦାସ, ପୂର୍ବତନ ସରପଞ୍ଚ ବିଭୂତି ଭୂଷଣ ଦାଶ, ସଅଁରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ପ୍ରଜ୍ଞା ପ୍ରିୟଦର୍ଶନୀ, ସମାଜସେବୀକା କ୍ରୀଷ୍ଣା ମହାନ୍ତି, ନେହେରୁ ଯୁବ କେନ୍ଦ୍ର ସଙ୍ଗଠନ ର ଅଫିସ ଆସିଷ୍ଟାଣ୍ଡ୍ ପବିତ୍ର ମୋହନ ସୁବୁଦ୍ଧି ଯୋଗଦେଇ ପରିବେଶ ସୁରକ୍ଷା,ନିର୍ମଳ ଓ ନିଶାମୁକ୍ତ ଗ୍ରାମ ବିଷୟରେ ଆଲୋଚନା କରିଥିଲେ ।କ୍ଲବର ସମ୍ପାଦକ ପ୍ରିତି ରଞ୍ଜନ ରାଉତ ସଭାପତିତ୍ଵ କରିଥିେଲ ଏବଂ ସଭାପତି କାଳନ୍ଦୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମରେ ପ୍ରଭୂପ୍ରସାଦ ଦାଶ,ଦିବ୍ୟଜୀବନ ଦାଶ, ସୈାଭାଗ୍ୟ ଦାଶ, ପ୍ରଭୂଦତ୍ତ ବାରିକ, ସାଗର ମହାନ୍ତି, ପ୍ରଶାନ୍ତ ନାୟକ, ଉଦାଶ ଜେନା, ସୂର୍ଯ୍ୟକାନ୍ତ ପୂହାଣ ପ୍ରମୂଖ ୫୦ ରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ