ପ୍ରଭାତ ମଞ୍ଜରୀଙ୍କ ୧୬ତମ ସ୍ମୃତିସମ୍ମାନ ଉତ୍ସବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଲକ୍ଷ୍ମୀସାଗରସ୍ଥିତ ବିଡ଼ିଏ କଲୋନୀ ଟାଉନହଲ ଠାରେ ୧୬ତମ ସ୍ୱର୍ଗତା ପ୍ରଭାତ ମଞ୍ଜରୀ ସ୍ମୃତି ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରଦୋଷ କୁମାର ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ସ୍ୱାମୀ ଜଗନ୍ନାଥ ନନ୍ଦ ଏବଂ ସମ୍ମାନିତ ବକ୍ତା ଭାବେ କାଳୀଚରଣ ଦାସ, ବଳରାମ ରାୟ, ଶୁଭ୍ରାଂଶୁ ମହାନ୍ତି ପ୍ରମୁଖ ଯୋଗଦେଇ ସମାଜ ପ୍ରତି ଥିବା ସ୍ୱର୍ଗତ ମହାନ୍ତିଙ୍କ ଅବଦାନ ବିଷୟରେ ଆଲୋକପାତ କରିଥିଲେ । ସ୍ୱର୍ଗତା ମହାନ୍ତି ଜଣେ ମହିୟସୀ ମହିଳା ଓ ପରୋପକାରୀ, ସ୍ନେହୀ ଓ ଅମାୟିକ ମହିଳା ଥିଲେ । ବିଶେଷକରି ଛାତ୍ରଛାତ୍ରୀଙ୍କ ପ୍ରତି ଥିବା ସ୍ନେହ ଓ ଆଶୀର୍ବାଦ ପାଇଁ ସେ ଚିରସ୍ମରଣୀୟ ହୋଇ ରହିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ କାଳୀଚରଣ ଦାସଙ୍କୁ ପ୍ରଭାତ ମଞ୍ଜରୀ ସମ୍ମାନରେ ସମ୍ମାନିତ କରିଥିଲେ ଏବଂ ବଳରାୟ ରାୟଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଉତ୍ସବକୁ ଜ୍ଞାନ ରଞ୍ଜନ ନାୟକ ସଂଯୋଜନା କରିଥିବା ବେଳେ ଅଭିପ୍ସା ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶିଶୁଶିଳ୍ପୀ ଆରିଭ ନୃତ୍ୟ ପରିବେଷଣ କରିଥିଲେ । ବୀରେନ ମହାନ୍ତି, ଉତ୍ପଳା ମହାନ୍ତି ଓ ଶର୍ମିଲା ମହାନ୍ତି ପ୍ରମୁଖଙ୍କ ସହଯୋଗରେ ଉତ୍ସବଟି ବେଶ ସାଫଲ୍ୟ ମଣ୍ଡିତ ହୋଇପାରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ