ପିସିଏମ କଲ୍ୟାଣ ଭବନ ପରିସରରେ ଜିଲ୍ଲାସ୍ତରୀୟ ମହା ମିଶ୍ରଣ ପର୍ବ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ଆଗକୁ ସପ୍ତାହେ ରହିଲା ତ୍ରୀସ୍ତରୀ ପଞ୍ଚାୟତ ନିର୍ବାଚନ ବିଗୁଲ ।ତେଣୁ ନିର୍ବାଚନ ଉଷ୍ମତା ପଲ୍ଲୀରୁ ସହର ଜୋର ଧରିବା ସହ ମାହଲର ଉଷ୍ମତା ଦିନକୁ ଦିନ ବୃଦ୍ଧି ପାଉଛି । ବିଜେପି ମଧ୍ୟ ରାଜନୈତିକ ମୈଦାନରେ ଲଢେଇ ପାଇଁ ବ୍ୟାପକ ପ୍ରସ୍ତୁତ ଆରମ୍ଭ କରି ଦେଇଛି ।ଜିଲ୍ଲାର ୫୬ଟି ଜୋନ ରହିଥିବାବେଳେ ବିଜେପି ଦଳକୁ ଅଧିକ ସୁଦୃଢ, ସଶକ୍ତ ଓ କର୍ମିଙ୍କୁ ସକ୍ରିୟ କରିବା ପାଇଁ ଉଦ୍ୟମ ଜାରି ରଖିଛି । ଗୁରୁବାର ଦିନ ରାଇରଙ୍ଗପୁରସ୍ଥ ପୂର୍ଣଚନ୍ଦ୍ର କଲ୍ୟାଣ ଭଵନ ପରିସରରେ ମୟୂରଭଂଜ ବିଜେପିର ଜିଲ୍ଲାସ୍ତରୀୟ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ର ଜଳଶକ୍ତି ତଥା ଆଦିବାସୀ କଲ୍ୟାଣ ବ୍ୟାପର ମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ, ରାଜ୍ୟ ବିଜେପି ସଂପାଦକ ନବିନ ରାମ, ସଂଗଠକ ଛୋଟଲାଲ ମହାନ୍ତ, କେନ୍ଦୁଝର ବିଧାୟକ ମୋହନ ମାଝୀ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ,ସାରସକଣା ବିଧାୟକ ବୁଢାନ ମୁର୍ମୁ, ଉଦଳା ବିଧାୟକ ଭାଷ୍କର ମଢେଇ, ଯଶିପୁର ବିଧାୟକ ଗଣେଶରାମ ଖୁଣ୍ଟିଆ, କେନ୍ଦ୍ର ପ୍ରତିରକ୍ଷା ବିଭାଗ ଡାଇରେକ୍ଟର ସଂଜୀବ ମହାନ୍ତି, ବର୍ଷିଆନ ବିଜେପି ନେତା ମନୋରଂଜନ ମହାନ୍ତି, ବରିଷ୍ଠ ବିଜେପି ନେତା ଈଶାନ ମିଶ୍ର, କ୍ଂଜିଆ ପୂର୍ବତନ ବିଧାୟକ ପଦ୍ମ ଚରଣ ହାଇଵ୍ରୁ, ଏସଟି ସେଲ ରାଜ୍ୟ ନେତା ଇଂ ରାମଚନ୍ଦ୍ର ହାଁସଦାଃ, ଏସି ସେଲ ଜିଲ୍ଲା ସଭାପତି କିଶୋର ରଜକ, ଓବିସି ମୋର୍ଚା ସଭାପତି ଘାଷୀନାଥ ସାହୁ, ବିକାଶ ମହାନ୍ତ, ମାଳତୀ ଆଳଦା, ଜିଲ୍ଲା ଯୁବମୋର୍ଚା ସଭାପତି ଆଲୋକ ରଂଜନ ମହାନ୍ତ, ମନୋଜ ଦାସ, ଜୁରିଲାଲ ମହାନ୍ତ, ବିପିନ ବିହାରୀ ମହାନ୍ତ, ସରୋଜ ମହାନ୍ତ,ବରୁଣ ଦେ, ବିଜୁ ଗୋପ,ଶୋକ ମହାନ୍ତ, ଫାଗୁ ମାରାଣ୍ଡୀ, ମିଥିଳାଟୁଡୁ ସମେତ ସମସ୍ତ ଦଳୀୟ ପଦାଧିକାରୀ ସାମିଲ ହୋଇଥିଲେ । ଏହି ମିଶ୍ରଣ କାର୍ଯ୍ୟରେ ମୁଖ୍ୟ ଅତିଥି ଇଂ ବିଶେଶ୍ୱର ଟୁଡୁ ବିଜେପି ବିଶ୍ୱର ଏକ ଶ୍ରେଷ୍ଠ ଗଣାନ୍ତ୍ରିକ ଓ ଶୃଙ୍ଖଳିତ ଦଳ ବୋଲି କହିଥିଲେ ଏହାର ମଙ୍ଗ ଧରିଛନ୍ତି ଯଶ୍ୱଷୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭାରତ ବର୍ଷରେ ସେ ସୁଶାସନ ଦେଉଛି । ଦଳ ସମସ୍ତ ବର୍ଗ ଲୋକଙ୍କର ବିକାଶ ପାଇଁ ସଦା ସର୍ବଦା ଚେଷ୍ଟିତ । ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରରୁ ବିଭିନ୍ନ‌ଜୋନରୁ ୫୦୦ରୁ ଉର୍ଧ ବିଭିନ୍ନ ରାଜନୈତିକ ଦଳରୁ ଆସି ନରେନ୍ଦ୍ର ମୋଦୀଙ୍କ ଶୁଶାସନ ଉପରେ ଭରସା ରଖି ବିଜେପିରଜ ସାମିଲ ହୋଇଥିଲେ । ଦଳର ନେତୃବୃନ୍ଦ ସେମାନଙ୍କୁ ପୁଷ୍ପଗୁଛ ଓ ଦଳୀୟ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସମାଜ ସେବୀ ଗୋପାଲ ବେଶ୍ରାଙ୍କ ସମେତଝାଡଖଣ୍ଡ ମୁକ୍ତିମୋର୍ଚାର ତୁଙ୍ଗ ନେତା ଫାଗୁ ମାରାଣ୍ଡୀ, ସୁନିଲ ମାଝୀ, ଡାଃ ସିଂହରାୟ ସୋରେନ, ବିକ୍ରମ ବେଶ୍ରା, ଟେଲି କଳାକାର ବିଜୟଲକ୍ଷ୍ମୀ ମହାନ୍ତ, ସମେତ ବହୁ ଯୁବ, ମହିଳା, କୃଷକ ବିଜେପିରେ ମିଶିଥିଲେ ।ଦଳ ଯାହା ଦାୟିତ୍ୱ ଦେବ ତାହାକୁ ନିଷ୍ଠାର ସହ ତୁଲାଇବେ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ