ଭାଲୁ ଆକ୍ରମଣରେ ଯୁବକ ଗୁରୁତର
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ କାର୍ଯ୍ୟଳୟ ଅଧିନସ୍ଥ ବହଳଦା ରେଞ୍ଜ ଅନ୍ତର୍ଗତ ଜାମଦା ବ୍ଲକର ମଧୁପୁର ଗ୍ରାମର ଶୁକ୍ରବାର ଦିନ ସକାଳେ ଭାଲୁ କାମୁଡାରେ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ମଧୁପୁର ଗ୍ରାମର ମହେଶ୍ୱର ପାତ୍ର ତାଙ୍କ ସ୍ତ୍ରୀଙ୍କ ସହ ଆଜି ସକାଳ ୮ଟା ପାଖାପାଖି ସମୟରେ ଗାଁ ପାଖ ଯୁଗନି ଜଙ୍ଗଲକୁ ଶାଳପତ୍ର ତୋଳିବା ପାଇଁ ଯାଇଥିଲେ । ପତ୍ର ତୋଳୁଥିବା ସମୟରେ ଭାଲୁ ସହ ସାମନା ସାମନି ହୋଇଥିଲେ । ଭାଲୁ ସହ ଲଢେଇରେ ଭାଲୁ ମହେଶ୍ୱରର କାନ୍ଧକୁ କାମୁଡି ଥିଲା । ମହେଶ୍ୱର ଏଵଂ ତାଙ୍କ ସ୍ତ୍ରୀ ପ୍ରାଣବିକଳରେ ବଡ ପାଟିରେ ଚିତ୍କାର କରିବାରୁ ଭାଲୁ ଡରିକିଛାଡି ପଳାଇଥିଲା । ଗୁରୁତର ଅବସ୍ଥାରେ ମହେଶ୍ୱରଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଛି । ସେଠାରେ ସେ ଚିକିତ୍ସିତ ହେଉଛନ୍ତି ।


