ଏନ ଏସ ଏସ ଶିବିର ଉଦଯାପିତ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟଏନ ଏସ ଏସ ବିଶେଷ ଶିବିର ସମାପନ ହେଳା ।  ଅଧ୍ୟକ୍ଷ ଡାକ୍ତର ପ୍ରଦିପ ମିଶ୍ରଙ୍କ ମାର୍ଗଦର୍ଶନ ଓ କାର୍ଯ୍ୟକ୍ରମ ଅଧିକାରୀ ବିଜୟ କୁମାର ରାମଙ୍କ ଦିଗ୍ଦର୍ଶନରେ 24/12/21 to 30/12/21 ପର୍ଯ୍ୟନ୍ତ ସିମିଳିନାଳୀରେ ଚାଲିଥିବା ଏହି କାର୍ଯ୍ୟକ୍ରମରେ ସ୍ବେଚ୍ଛାସେବୀ ମାନେ ସାଇବର କ୍ରାଇମ, ଶିକ୍ଷା ଓ ସ୍ୱାସ୍ଥ୍ୟ, ଜଙ୍ଗଲ ବଞ୍ଚାଅ, ଅଂଧ ବିଶ୍ୱାସ ବିରୁଦ୍ଧରେ ସଚେତନତା କାର୍ଯ୍ୟକ୍ରମ, ଗୁଣ୍ଡୂରିଆ ସଂସ୍କାର, ସହିତ ସିମିଳିନାଳିବାସୀଙ୍କ ଉପରେ ସର୍ଭେ କରିଥିଲେ ।  ଅଧ୍ୟକ୍ଷ ଡାକ୍ତର ପ୍ରଦିପ ମିଶ୍ରଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ଶିବିରରେ ଏନ ଏସ ଏସ କାର୍ଯ୍ୟକ୍ରମ ଅଧିକାରି ବିଜୟ କୁମାର ରାମ ଶିବିର ର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ଆଜି ସମାପନ ଦିବସରେ ବରିଷ୍ଠ ସାମ୍ବାଦିକ ଶ୍ରିଯୁକ୍ତ ରବିନ୍ଦ୍ର ପଟନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାଇବର କ୍ରାଇମ, ଅଂଧ ବିଶ୍ୱାସ ଓ ବିଭିନ୍ନ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିବିର ର ବିଭିନ୍ନ ଦିବସରେ ସମ୍ମାନିତ ଅତିଥି ଭାବେ ରଂଜନ ନନ୍ଦ, ଅଧ୍ୟାପକ ରବି ସତପଥି , ତିଲୋତମା ଷଡଙ୍ଗୀ, ସମାପ୍ତିରାଣି ଦାସ, ରାଜେନ୍ଦ୍ର ମଣ୍ଡଳ, ପ୍ରିୟତମା ହେମ୍ଭ୍ରମ, ପରିବେଶବିଦ ପ୍ରଦିପ୍ତ କବି, ରାଇରଙ୍ଗପୁର ବନପାଳ ସତ୍ୟବ୍ରତ ପଟ୍ଟନାୟକ, ଭି ଏସ ଏସ ଏନିମେଟର ପଲ୍ଲବିନି ମହାନ୍ତ, ଯୋଗ ଦେଇ ବନ ସୁରକ୍ଷା ଉପରେ ବକ୍ତବ୍ୟ ରଖିଥିଲେ । ଅଧ୍ୟକ୍ଷ ଡାକ୍ତର ପ୍ରଦିପ ମିଶ୍ର ମଂଚାସିନ ଅତିଥି ପ୍ରଦିପ୍ତ କବି, ସତ୍ୟବୃତ ପଟ୍ଟନାୟକ, ଏବଂ ପଲ୍ଲବିନି ମହାନ୍ତ ଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଶ୍ୟାମ ସୁନ୍ଦର ମଣ୍ଡଳ, ଅମିତ ଗୋପାଳ, ତରୁଣ ମହାନ୍ତ, କାରୁ ମାରାଣ୍ଡି, ମାୟା ମାହାଲୀ, ପଦ୍ମିନୀ ପାଲ ଓ କଲେଜ କର୍ମଚାରୀମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ