ଓମିକ୍ରମ ସଂକ୍ରମଣ ପ୍ରତିହତ ପାଇଁ ପୁଲିସର ତୁଣ୍ଡିଯାଞ୍ଚ ଅଭିଯାନ
ବାଲେଶ୍ୱର, (ସରୋଜ ପଣ୍ଡା) :ଓମିକ୍ରମ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ସାଧାରଣରେ ସତର୍କତା ଅବଲମ୍ବନ ପାଇଁ ରାଜ୍ୟ ସରକାରଙ୍କ ସମେତ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି । ବିଶେଷ କରି ସାମାଜିକ ଦୂରତା ରକ୍ଷା ସାଙ୍ଗକୁ ତୁଣ୍ଡି ବ୍ୟବହାର କଡ଼ାକଡ଼ି କରାଯାଇଛି । ପୂର୍ବରୁ ବହୁବାର ସଚେତନତା କରିବା ପରେ ପୁଲିସ ପକ୍ଷରୁ ଏବେ ଆରମ୍ଭ ହୋଇ ତୁଣ୍ଡି ଯାଞ୍ଚ ଅଭିଯାନ । ଜିଲା ପୁଲିସର ସ୍ୱତନ୍ତ୍ର ଟିମ ଗଠନ ସହରର ବଭିନ୍ନ ଅଞ୍ଚଳରେ ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି । କଚେରୀ ବଜାର, ମୁଖ୍ୟ ହସପିଟାଲ, ସିନେମାଛକ ପ୍ରଭୃତି ସ୍ଥାନରେ ପୁଲିସ ମୁହଁରେ ତୁଣ୍ଡି ବାନ୍ଧିନଥିବା ପଥଚାରୀଙ୍କୁ ଅଟକାଇ ତାଗିଦ କରିଛି । ଏମିତିକି ଯୁକ୍ତିତର୍କ କରୁଥିବା କିଛି ଅମାନିଆଙ୍କ ପୁଲିସ ଜରିମାନା ବି ଆଦାୟ କରଛି । ସେହିପରି ଓଡ଼ିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ (ଓୟୁଜେ) ବାଲେଶ୍ୱର ଶାଖା ପକ୍ଷରୁ ସହରର ଫାଣ୍ଡିଛକଠାରେ ଆଜି ତୁଣ୍ଡି ବଣ୍ଟନ କରାଯାଇଛି । ସଙ୍ଘର ଜିଲା ସଭାପତି ଗଙ୍ଗାଧର ରାଉତଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ସାମ୍ବାଦିକମାନେ ରାସ୍ତାରେ ଯାଉଥିବା ଲୋକଙ୍କୁ ସଚେତନ କରିବା ସହ ତୁଣ୍ଡି ପିନ୍ଧାଇଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ଅଜିତ କୁମାର ମହାନ୍ତି, ଅଧିପ କୁମାର ଜେନା, ବିନାୟକ ମହାପାତ୍ର, ରମଣୀ ରଞ୍ଜନ ଦାସ, ଅରୂପ ନାରାୟଣ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।


