ମେଡିକାଲ କ୍ରିୟାନୁଷ୍ଠା କମିଟିର ବାର୍ଷିକ ସମ୍ମିଳନୀ ବାତିଲ

ବାଲେଶ୍ୱର, (ସରୋଜ ପଣ୍ଡା) :କରୋନା ସଂକ୍ରମଣ ଆଶଙ୍କା ସାଙ୍ଗକୁ ସରକାରଙ୍କ ନୂତନ କୋଭିଡ ମାର୍ଗଦର୍ଶିକା କୁ ଗୁରୁତ୍ୱ ଦେଇ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟିର ୧୬ଶ ବାର୍ଷିକ ସମ୍ମିଳନୀକୁ ସ୍ଥଗିତ ରଖାଯଯାଇଥିବା କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ନୂଆବର୍ଷ ଅର୍ଥାତ ତା୦୧-୦୧-୨୦୨୨ରିଖରେ ଏହି ସମ୍ମିଳନୀ ହେବାକୁ ଥିଲା । ମାତ୍ର ସରକାର ତଥା ଜିଲା ପ୍ରଶାସନ କଟକଣା ଓ ମାର୍ଗଦର୍ଶିକା ଜାରି ପରେ ଜିଲା କମିଟିର ଜରୁରୀ ବୈଠକରେ ଏହାକୁ ବାତିଲ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି କର୍ମକର୍ତ୍ତାମାନେ ପ୍ରେସ ବିବୃତ୍ତିରେ କହିଛନ୍ତି । ତେବେ ନୂଆବର୍ଷ ଶନିବାର ଦିନ ସକାଳ ୯ଟାରେ ପ୍ରତିବର୍ଷ ଭଳି ପ୍ରାକ୍ତନ ସଭାପତି ଡା. ହରିଶ୍ଚନ୍ଦ୍ର ଜେନାଙ୍କ ଜନ୍ମଦିନ ଅବସରରେ ତାଙ୍କ ବାସଭବନ ପରିସରସ୍ଥ ପ୍ରତିମୂର୍ତ୍ତିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମାଲ୍ୟାର୍ପଣ କରାଯିବ ବୋଲି କମିଟିର ଜନସମ୍ପର୍କ ସମ୍ପାଦକ ଗୌରାଙ୍ଗ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ