ସ୍ୱାଗତମ୍-୨୦୨୨ : ଆଦିବାସୀପଲ୍ଲୀରେ ନୂଆବର୍ଷକୁ ସ୍ୱାଗତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ବିଦାୟ ନେଇଛି ୨୦୨୧ । ପୁୁରୁଣାବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ୱାଗତ କରାଯାଇଛି । ଟ୍ୱିନ୍ସିଟି ଠାରୁ ଅଳ୍ପ ଦୂରରେ ଥିବା ଆଦିବାସୀ ପଲ୍ଲୀ କନ୍ଦଳେଇ ଠାରେ ଇଂରାଜୀ ନବବର୍ଷକୁ ନିଆରା ଢଙ୍ଗରେ ପାଳନ କରାଯାଇଥିଲା । ଗ୍ରାମବାସୀଙ୍କ ସହ ଗ୍ରାମର ବିଦ୍ୟାର୍ଥୀମାନେ ପାରମ୍ପରିକ ନାଚ, ଗୀତ ସହ ବେଲୁନ୍ ଫୁଟାଇ ନୂଆବର୍ଷକୁ ପାଳନ କରିଥିଲେ । ମାଇଣ୍ଡ୍ ଏମ୍ପାୱାରମେଣ୍ଟ୍ ଫାଉଣ୍ଡେସନ୍ ପକ୍ଷରୁ ଉକ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଗାଆଁର ବିକାଶ ନେଇ କାର୍ଯ୍ୟ କରୁଥିବା ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ସ୍ୱାଗତମ୍-୨୦୨୨ କାର୍ଯ୍ୟକ୍ରମରେ ଫାଉଣ୍ଡେସନ୍ର ପ୍ରତିଷ୍ଠାତା ମନୋଜ କୁମାର ପ୍ରଧାନ, ସାମାଜିକ କର୍ମୀ ପ୍ରିୟବ୍ରତ ପଣ୍ଡା, ତ୍ରିଲୋଚନ ବେଉରା, ପ୍ରଦୀପ୍ତ ରଞ୍ଜନ ରାଉତ, ସୁସ୍ମିତାରାଣୀ ରାଉତ ଏବଂ ବାଳକୃଷ୍ଣ ରାଉତ ପ୍ରମୁଖ ଯୋଗଦେଇ ନୂଆବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ଏବଂ ସବୁଜିମାମୟ ହେଉ ବୋଲି ଯୋଗ ଦେଇଥିବା ଅତିଥିମାନେ ଆଶାପ୍ରକଟ କରିଥିଲେ ।


