ମହାସଂଘ ପକ୍ଷରୁ ଧାନମଣ୍ଡି ଖୋଲିଲା

ବନ୍ତ, (ଚାନ୍ଦିନୀ ମହାନ୍ତି) :ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ତଥା ଗଣିଜାଙ୍ଗ ସେବା ସମବାୟ ସମିତି ତତ୍ତ୍ୱାବଧାନରେ ମହାଲକ୍ଷ୍ମୀ ମହାସଂଘ ପକ୍ଷରୁ ଆଜି ଧାନମଣ୍ଡି ଖୋଲା ଯାଇଛି । କାର୍ଯ୍ୟକ୍ରମରେ ତହସିଲଦାର ଅଙ୍କିତା ବାରିକ, କନିଷ୍ଠ ଯନ୍ତ୍ରୀ ପ୍ରିୟଙ୍କା ସେଠୀ, ବିପିସି ଚିରଞ୍ଜୀବ୍ ଦାସ, ଗ୍ରାମସେବିକା ପ୍ରିୟଙ୍କା ପ୍ରିୟଦର୍ଶନୀ ସେଠୀ, ରାଜସ୍ୱ ନିରୀକ୍ଷକ ପ୍ରତିମା ଦାସ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଲେଖ ଚନ୍ଦ୍ର ମଲ୍ଲିକ, ଡିଇଓ ମୋନାଲିସା ରାଉତ, ମହାସଂଘର ସଂପାଦିକା ସବିତା ମହାନ୍ତି, ସଭାପତି ଅନିମା ଘଡେଇ, ସରପଞ୍ଚ ଚିନ୍ତାମଣି ଘଡେଇ, ଚାଷୀ କମିଟି ସଭ୍ୟ କମଳାକାନ୍ତ ସାହୁ, ଗଣେଶ ପ୍ରସାଦ ଦାସ, ପ୍ରଭାତ ରାଉତ, କୀର୍ତ୍ତନ ରାଉତ, ଶଙ୍କର୍ଷଣ ସେଠୀ, ମାନସ ଜେନା, ଧର୍ମେନ୍ଦ୍ର ଜେନା ଯୋଗ ଦେଇ ସରକାରୀ ସ୍ତରରେ ଠିକ୍ ଭାବରେ ଧାନ କ୍ରୟ କରିବା ଏବଂ ପଞ୍ଜୀକୃତ ଚାଷୀ କିପରି ଉପକୃତ ହୋଇ ପାରିବେ ସେ ସଂପର୍କରେ ଆଲୋଚନା କରିଥିଲେ । ଆସନ୍ତା ବୁଧବାର ଠାରୁ ଧାନକ୍ରୟ କରାଯିବ । କାର୍ଯ୍ୟକ୍ରମ ପରିଚାଳନାରେ ମହିଳା ମହାସଂଘର ସମସ୍ତ ସଭ୍ୟା ସହଯୋଗ କରିଥିଲେ । ଏଥିରେ ୧୦୦ରୁ ଉର୍ଦ୍ଧ୍ୱ ଚାଷୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ