ବାଇକ ଦୁର୍ଘଟଣାଗ୍ରସ୍ତ : ଜଣେ ମୃତ ଜଣେ ଗୁରୁତର

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ଜାତୀୟ ରାଜପଥ ୪୯ ନମ୍ବର ବିଶୋଇ ବ୍ଲକ ନିକଟସ୍ଥ ପେଟ୍ରୋଲ ପମ୍ପ ନିକଟରେ ଏକ ଅଟୋଅନ୍ୟ ଏକ ଅଟୋ ରସିରେ ବାନ୍ଧି ଟାଣି ନେଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ସେହି ଦୁଇ ଅଟୋ ମଧ୍ୟରେ ପଶି ଯିବାରୁ ରସାରେ ଛନ୍ଦି ହୋଇ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟି ଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ବାରିପଦା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ମୃତ ଯୁବକ ଜଣକ ହେଉଛନ୍ତି ଲୁହାକାନି ପଞ୍ଚାୟତ ରାମହରି ନାଏକ(୩୪)ଗୁରୁତର ଭାବେ ଚିକିତ୍ସିତ ହେଉଥିବାବେଳେ ମୃତ ଯୁବକ ହେଉଛନ୍ତି ମହେନ୍ଦ୍ର ବେହେରା ।ଘଟଣାରୁ ପ୍ରକାଶ ଯେ ମୃତ ରାମହରି ଓ ଗୁରୁତର ମହେନ୍ଦ୍ର ସାରସକଣା ହାଟରୁ ବାଇକ ଯୋଗେ ନିଜ ଗ୍ରାମକୁ ଫେରୁଥିବା ସମୟରେ ସୋମବାର ଅପରାହ୍ନ ୩.୪୫ ରେ ଏଭଳି ଅଭାବନୀୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ବିଶୋଇ ଘଟଣାସ୍ଥଳରେ ପହଞ୍ଚି ଆବଶ୍ୟକୀୟ ସହଯୋଗ କରିବା ସହ ଏକ କେଶ ମାମଲା ରୁଜୁ କରି ତଦନ୍ତ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ