ନୂତନ ବର୍ଷରେ ନୂତନ ଅଧକ୍ଷଙ୍କୁ ସମ୍ବର୍ଦ୍ଧନା
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗାଲେରୀ ସ୍ଥିତ ଦଣ୍ଡପାଣି ମହାରଥା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ତରଫରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନୂତନ ଭାବେ ଅଧକ୍ଷ ଦାୟିତ୍ୱ ଗ୍ରହଣ କରିଥିବା ସିମାଞ୍ଚଳ ମହାପାତ୍ର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା !+3 ଅଧ୍ୟକ୍ଷ ସୁଶାନ୍ତ କୁମାର ନାୟକଙ୍କ ନେତୃତ୍ୱ ରେ ଅଧ୍ୟାପକ ରଙ୍କନିଧି ପ୍ରଧାନ, ଅଶ୍ୱିନୀ କୁମାର ଗୌଡ଼, ଶିତେଷ ଦାଶ, ଦିବ୍ୟଲୋଚନ ବିଶ୍ୱାଳ, ଦୁର୍ଗା ମାଧବ ଦାଶ ପ୍ରମୁଖ ନୂତନ ଅଧ୍ୟକ୍ଷ ଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିବା ସହ ଅଭିନନ୍ଦନ ଜ୍ଞାପନ କରିଥିଲେ !ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଟ କିରାଣୀ ହେମନ୍ତ ମହାରଣା, ବିରୁପାକ୍ଷ ସାହୁ, ଏବଂ ବଙ୍ଗାଳି ସେଠି ପ୍ରମୁଖ ଉପସ୍ଥିତ ଥିଲେ !ପ୍ରକାଶ ଥାଉ କି କଲେଜ ର ପ୍ରତିଷ୍ଠା ଅଧ୍ୟକ୍ଷ ଚିତ୍ତରଞ୍ଜନ ଗୌଡ଼ ଙ୍କ ଅବସର ଗ୍ରହଣ ପରେ ନୂତନ ଅଧ୍ୟକ୍ଷ ରୂପେ ସିମାଞ୍ଚଳ ମହାପାତ୍ର ଦାୟିତ୍ୱ ଗ୍ରହଣ କରିଥିଲେ !


