ରେଳମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ ୭ରେ

ବାଲେଶ୍ୱର, (ସରୋଜ ପଣ୍ଡା) :ଆସନ୍ତା ୭ ତାରିଖରେ ବାଲେଶ୍ୱର ଆସୁଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରସ୍ତୁତି ଜୋରଦାର ଚାଲିଛି । ମନ୍ତ୍ରୀ ଶ୍ରୀ ବୈଷ୍ଣବ ବାଲେଶ୍ୱରରେ ପହଞ୍ଚିିବା ପରେ ସାଢ଼େ ୧୨ଟା ବେଳେ ପ୍ରଥମେ ବାଲେଶ୍ୱର-ଭୁବନେଶ୍ୱର ମେମୋ ଟ୍ରେନର ଶୁଭାରମ୍ଭ କରିବେ । ପରେ ବାଲେଶ୍ୱର ଷ୍ଟେସନ ପରିସରରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିବେ ବୋଲି ବିଜେପ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ୱର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ସଭାପରେ ମନ୍ତ୍ରୀ ନୀଳଗିରି ନୀଳଗିରିକୁ ଯାଇ ଯାତ୍ରୀ ପରିବହନ ଆରମ୍ଭ ପାଇଁ ସେଠାକାର ଷ୍ଟେସନ ନିର୍ମାଣର ଶିଳନ୍ୟାସ ସହ ଆୟୋଜିତ ଜନସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ବୋଲି ସାଂସଦ କହିଛନ୍ତି । ଆଦିବାସୀ ଅଧୂଷିତ ନୀଳଗିରିକୁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ପାଇଁ ଦୀର୍ଘ ଦିନରୁ ହୋଇ ଆସୁଥିବା ଦାବି ଏବେ ଫଳବତୀ ହେବାକୁ ଯାଉଥିବା ବେଳେ ଏହା ବାଲେଶ୍ୱର ଜିଲ୍ଲା ପାଇଁ ବଡ଼ ସଫଳତା । ଏହାର ନିର୍ମାଣ ଦୁଇ ମାସ ମଧ୍ୟରେ ଶେଷ ହେବ ବୋଲି ସାଂସଦଶ୍ରୀ ଷଡ଼ଙ୍ଗୀ ଆଶାପ୍ରକାଶ କରିଛନ୍ତି । ଏଥି ପାଇଁ ସେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ନୀଳଗିରିରୁ ଫେରି ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ରେମୁଣା କ୍ଷୀରଚୋରା ମନ୍ଦିର ଯାଇ ଶ୍ରୀଗୋପୀନାଥ ଭଗବାନଙ୍କୁ ଦର୍ଶନ କରିବେ । ସେହିପରି ଅପରାହ୍ଣରେ ଭଦ୍ରକ-ଖଡ଼ଗପୁର ଡିଭିଜନ ମଧ୍ୟରେ ତୃତୀୟ ରେଳ ଲାଇନ ନିର୍ମାଣ ସହ ବସ୍ତା ରେଳ ଷ୍ଟେସନର ନୂତନ ଷ୍ଟେସନ ଗୃହକୁ ମନ୍ତ୍ରୀ ଉଦଘାଟନ କରିବେ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ସାଂସଦସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲା ସଭାପତି ଉମାକାନ୍ତ ମହାପାତ୍ର, ପୂର୍ବତନ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର ଓ ଶୋଭନା ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ପ୍ରମୁଖ ଏହି ସାମ୍ବାଦିକ ସମ୍ମଳନୀରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ