କଡା କଡି ହେଲା ନୂତନ କୋଭିଡ୍ ଗାଇଡ୍‌ଲାଇନ୍

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ରାଜ୍ୟ ସରକାରଙ୍କ ନୂତନ କୋଭିଡ ଗାଇଡ ଲାଇନ୍‌ର ନିର୍ଦ୍ଦେଶ ଅନୁଯାଇ ଗଜପତି ଜିଲ୍ଲାରେ ନୂତନ ଗାଇଡଲାଇନ୍ କଡା କଡି କରାଯାଇଛି । ପାରଳାଖେମୁଣ୍ଡି ସହରରେ ଗତକାଲି ରାତ୍ର ୯ଘଣ୍ଟା ଠାରୁ ଗଜପତି ପ୍ରଶାସନର ନିର୍ଦ୍ଦେଶ କ୍ରମେ ନାଇଟି କର୍ଫ୍ୟୁ ଲାଗୁ କରାଯାଇଥିଲା । ଯାହାକି ଆଜି ସକାଳ ୫ଘଣ୍ଟା ପର୍ଯ୍ୟନ୍ତ ବଳବତ୍ତର ରହିଥିଲା ପାରଳାଖେମୁଣ୍ଡି ସହରରେ ପାରଳାଖେମୁଣ୍ଡି ଥାନାଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ପୋଲିସ ଦଳ ସହରର ମୁଖ୍ୟ ବଜାର ଠାରୁ ଆରମ୍ଭ କରି ସମସ୍ତ ଅଞ୍ଚଳରେ ଗତକାଲି ରାତ୍ର ୯ଘଣ୍ଟା ଠାରୁ ବାରମ୍ବାର ପଇଁତରା ମାରି ବିଭିନ୍ନ ବ୍ୟବସାୟୀକ ପ୍ରତାଷ୍ଠାନ, ହୋଟେଲ, ରେଷ୍ଟୁରାଣ୍ଟ, ଫାଷ୍ଟଫୁଡ ସେଣ୍ଟର ଆଦିକୁ ବନ୍ଦ କରିଥିଲେ । ସେହିପରି ବିନା କାରଣରେ ରାତ୍ର ୯ଘଣ୍ଟା ପରେ ପାରଳା ସହରରେ ବିଚରଣ କରୁଥିବା ଅମାନିଆ ଲୋକଙ୍କୁ ପୋଲିସ ତାଗିଦ କରି ଛାଡି ଦେଇଥିବା ଦେଖାଯାଇଥିଲା । ବର୍ତ୍ତମାନ କରୋନାର ତୃତୀୟ ଲହରୀ ଆରମ୍ଭ ହେବା ସମ୍ଭାବନା ରହିଥିବା ବେଳେ ଗଜପତି ଜିଲ୍ଲାରେ ସେପରି ଭାବେ ସଂକ୍ରମଣ ବଢି ନାହିଁ । ତଥାପି ସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ପୋଲିସର ଏଭଳି ପଦକ୍ଷେପ ସ୍ୱାଗତଯୋଗ୍ୟ ଅଟେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ