ନାଉଗାଁରେ ତିର୍ତୋଲ ବିଧାୟକଙ୍କ ଜନ୍ମଦିନ ପାଳିତ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍): ନାଉଗାଁ ବିଜୁ ଛାତ୍ରଜନତା ଦଳ ପକ୍ଷରୁ ତିର୍ତୋଲ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ୬୭ତମ ଜନ୍ମଦିନ ନାଉଗାଁ ବ୍ଲକସ୍ଥିତ ଆଶ୍ରା ଜରାଶ୍ରମରେ ସୋମବାର ପାଳନ କରାଯାଇଛି । ଏହି ଅବସରରେ ସମାଜସେବୀ ଆଲୋକ ମହାନ୍ତିଙ୍କ ନେତୃତ୍ୱରେ ଜରାଶ୍ରମର ଅନ୍ତେବାସୀଙ୍କ ଦ୍ୱାରା କେକ କଟାଯାଇ ଆଶ୍ରମର ସମସ୍ତଙ୍କୁ ବଂଟନ କରାଯାଇଥିଲା । ପରେ ଅନ୍ତେବାସୀଙ୍କୁ ହନୁମାନ ଚାଳିଶା ବହି ପ୍ରଦାନ କରାଯାଇ ଆଶ୍ରମ ପରିସରରେ ଚାରାରୋପଣ କରାଯାଇଥିଲା । ତାଙ୍କ ସହିତ ବିଜେଡି ଛାତ୍ର ସଭାପତି ପୃଥିରାଜ ମହାନ୍ତି, ସ୍ୱରାଜ ପରିଜା, ରଶ୍ମିରଂଜନ ରାଉତ, ସରୋଜ ମହାନ୍ତି,ଜ୍ଞାନ ସାହୁଙ୍କ ସମେତ ଅନ୍ୟ ସଦସ୍ୟାମେନ ଉପସ୍ଥିତ ଥିଲେ ।