ଧାମନଗର ଗସ୍ଥରେ ମନ୍ତ୍ରୀ ଅଶୋକ ପଣ୍ଡା
ଧାମନଗର, (ସନ୍ତୋଷ କୁମାର ପ୍ରଧାନ) : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଆନନ୍ଦବାଜର ଅସୁରାଳି କୋଠର ଧୂଷୁରୀ ଏବଂ ଖପର ପଦା ଶହୀଦ ନଗର ଅଞ୍ଚଳ କୁ ପରିଦର୍ଶନ କରି,ବିଜୁ ପକ୍କାଘର ପାଇଥିବା ହିତାଧିକାରୀଙ୍କୁ ମରାମତି କରିବା ପାଇଁ ରାଜ୍ୟ ସରକାର ତିନି ହଜାର ଟଙ୍କା ଘୋଷଣା କରିଛନ୍ତି । ଏଥି ପାଇଁ ଆଜି ରାଜ୍ୟ ସରକାର ଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ କୁମାର ପଣ୍ଡା ଧାମନଗର ଅଞ୍ଚଳ ପରି ଦର୍ଶନ କରି ପୋଷ୍ଟର ଲଗାଇବାର ଦେଖିବାକୁ ମିଳିଥିଲା।କାର୍ଯ୍ୟକ୍ରମ ରେ ପିଡ଼ି ଇନ୍ଦ୍ରମଣି ନାୟକ, ତହସିଲଦାର କ୍ଷୀରୋଦ ପଣ୍ଡା, ବିଡ଼ିଓ ଦୁର୍ଗା ଚରଣ ମୁର୍ମୁ, ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ, ସାଂସଦ ପ୍ରତିନିଧି ନାରାୟଣ ସାହୁ, ବରିଷ୍ଠ ନେତା ରଘୁନାଥ ଲେଙ୍କା,ସମିତି ସଭ୍ୟ ହରେକୃଷ୍ଣ ପାଢ଼ୀ, ପ୍ରଦୀପ ମଲ୍ଲିକ, ବିଜେଡି ସଭାପତି ଉମେଶ ମହାନ୍ତି, ଧାମନଗର ନଗର ସଭାପତି ସୁଶାନ୍ତ ରାଉତ, ସୁଶାନ୍ତ ପଣ୍ଡା, ଯୁବ ସଭାପତି ଭାରତ ବିଜୟ ଦଳାଇ, ଶାରଦା ପ୍ରସନ୍ନ ସାହୁ,ସଞ୍ଜୟ ମଳିକ, ନେତୃବୁନ୍ଦ ସାମିଲ ହୋଇଥିଲେ ।


