ଆଜି ୨୪ଜଣ କରୋନା ପଜିଟିଭ : ୩ଜଣ ଓମିକ୍ରନ ଚିହ୍ନଟ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ଜିଲ୍ଲାରେ ସୋମବାର ୨୪ଜଣ କରୋନା ପଜିଟିଭ ବାହାରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେଥିମଧ୍ୟରୁ ଆଳି ବ୍ଲକରେ ୫ଜଣ, ଡେରାବିଶ ବ୍ଲକରେ ୪ଜଣ, ଗରଦପୁର ବ୍ଲକରେ ୨ଜଣ, କେନ୍ଦ୍ରାପଡା ବ୍ଲକରେ ୮ଜଣ, ପଟ୍ଟାମୁଣ୍ଡାଇ ବ୍ଲକରେ ୪ଜଣ ଓ କେନ୍ଦ୍ରାପଡା ପୋରାଞ୍ଚଳରେ ଜଣେ କରୋନା ପଜିଟିଭ କେଶ ବାହାରିଥିବା ସୂଚନା ଦିଆଯାଇଛି । ଏତଦବ୍ୟତିତ କେନ୍ଦ୍ରାପଡା ଜିଲ୍ଲାରେ ୩ଜଣ ଓମିକ୍ରନ ରୋଗୀ ଚିହ୍ନଟ ହୋଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ଜଣେ ବିଦେଶରୁ ଆସିଥିବା ବେଳେ ଜଣେ ରାଜ୍ୟ ବାହାରୁ ଆସିଥିବା ବ୍ୟକ୍ତି ଏବଂ ଅନ୍ୟ ଜଣେ ସ୍ଥାନୀୟ ବ୍ୟକ୍ତି ଅଟନ୍ତି । ଚିକିତ୍ସା ପରେ ସେମାନେ ସୁସ୍ଥ ଥିବା ବେଳେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଅଦ୍ୟାବଧି ଚିହ୍ନଟ କରାଯାଇନଥିବା ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ସଚ୍ଚିଦାନନ୍ଦ ମିଶ୍ରଙ୍କ ଠାରୁ ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ