ଗଡ଼ିଆଳି ଗଙ୍ଗେଶ୍ୱର ଓ କୋଠାର ସେବା ସମବାୟ ସମିତିରେ ଧାନ ମଣ୍ଡି ଉଦଘାଟନ
ଧାମନଗର, (ସନ୍ତୋଷ କୁମାର ପ୍ରଧାନ) :ସରକାରଙ୍କ ଘୋଷଣାନୁଯାୟୀ ପ୍ରତି ଜିଲ୍ଲାରେ ଧାନମଣ୍ଡି ଶୁଭାରମ୍ଭ ହୋଇଛି । ଏହି ପ୍ରରିପ୍ରେକ୍ଷୀରେ ଆଜି ଧାମନଗର ବ୍ଲକ ଗଢିଆଳି ପଞ୍ଚାୟତ ଗଙ୍ଗେଶ୍ୱର ଏସଏଚଜୀ ଗ୍ରୁପ ଦ୍ୱାରା ଧାନ ମଣ୍ଡି ଉଦଘାଟନ ହୋଇଯାଇଛି । ସଭାନେତ୍ରୀ ମଞ୍ଜୁଲତା ମିଶ୍ର ଓ ଶୁଭାଶିଷ ମିଶ୍ରଙ୍କ ସଂଯୋଜନାରେ ମଣ୍ଡି ଉଧଘାଟନ ହୋଇଥିଲା । ଆୟୋଜିତ ଉତ୍ସବରେ ଗଢ଼ିଆଳି ସରପଞ୍ଚ ସୁକାନ୍ତି ମିଶ୍ର, ସମିତି ସଭ୍ୟ ହରେକୃଷ୍ଣ ପାଢ଼ି, ଏସିଏସଓ ଚନ୍ଦ୍ରଶେଖର ପାତ୍ର, ସିଏସଓ ଶରତ ବେହେରା, ଏମଆଇ ଅନୀବେଶନ ସାହୁ, ଡିଇଓ ସମରର୍ଜିତ ବେହେରା, ଗୌରୀ ସ୍ୱାଇଁ, ବାସନ୍ତୀ ସେଠୀ, ସାବିତ୍ରୀ ସ୍ୱାଇଁ, ମଞ୍ଜୁଲତା ସେଠୀ, ଶ୍ରୀଦେବୀ ସ୍ୱାଇଁ ଅଭ୍ୟରାଣୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଚାଷୀଙ୍କ ଠାରୁ ସରକାରୀ ଧାର୍ଯ୍ୟ ଅନୁସାରେ ଧାନ କୋଇଣ୍ଟାଲ ପିଛା ୧୯୪୦ ଟଙ୍କାରେ ବିକ୍ରି ହେବାକୁ ସ୍ଥିର କରାଯାଇଥିଲା । ଏହି ଗଙ୍ଗେଶ୍ୱର ଏସେଚଜୀ ଉପରେ ୧୧ରଟି ୱାର୍ଡର ଚାଷୀ ନିର୍ଭର କରୁଛନ୍ତି । ଏହି ଗ୍ରୁପ ଠାରୁ ଜେଏମବି ମିଲର ରାଣୀତାଲ ଧାନ ନେବ ବୋଲି ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବହୁ ଚାଷୀ ଯୋଗ ଦେଇଥିଲେ । ସେହିପରି ଧାମନଗର ବ୍ଲକ କୋଠାର ସେବା ସମବାୟ ସମିତି ପରିସରରେ ଧାନ ମଣ୍ଡି ଶୁଭାରମ୍ଭ ହୋଇଥିଲା । ଆୟୋଜିତ ଉତ୍ସବରେ ସିଏଓ ମୃତୁଞ୍ଜୟ ପଣ୍ଡା, ସମିତିର ସମ୍ପାଦକ ବିଶ୍ୱନାଥ ଜେନା, ରାମଚନ୍ଦ୍ର ଦାସ, ଅରୁଣ ଉଦୟ ପାତ୍ର, ପ୍ରମୁଖ ଉପସ୍ଥିତ ରହି ଚାଷୀ କିଭଳି ନିୟମାନୁଯାଇ ନିର୍ଦ୍ୱନ୍ଦରେ ନିଜର ଉତ୍ପାଦିତ ଖରିପ ଧାନ ବିକ୍ରୟ କରିପାରିବେ ସେ ନେଇ ଆଲୋଚନା ହୋଇଥିଲା । ଚାଷୀ ନାନୀଳି ରଞ୍ଜନ ବେହେରା, କ୍ଷୀରୋଦ ସ୍ୱାଇଁ, ଅକ୍ଷୟ ନାଥ, ରାମ ଚନ୍ଦ୍ର ତ୍ରିପାଠୀ, ଦେବାନନ୍ଦ ସାହୁ, ଅଭିମନ୍ୟୁ ମଳିକ ବିକ୍ରୟ କରିଥିଲେ ।