ବିଶ୍ୱ ଶାନ୍ତି ସର୍ବଧର୍ମ ପ୍ରାର୍ଥନା ଦିବସର ସମୀକ୍ଷା ବୈଠକ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ଗରାପୁରସ୍ଥିତ ଦିବ୍ୟ ଜୀବନ ସଂଘ ଶିବାନନ୍ଦ ଆଶ୍ରମ ପରିସରରେ ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୁପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ବିଶ୍ୱଶାନ୍ତି ସର୍ବଧର୍ମ ପ୍ରାର୍ଥନା ଦିବସ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ବିଶ୍ୱଶାନ୍ତି ସର୍ବଧର୍ମ ପ୍ରାର୍ଥନା ଦିବସରେ ବହୁ ସାଧୁ ସନ୍ଥ, ଶ୍ରଦ୍ଧାଳୁ, ସ୍ୱେଚ୍ଛାସେବୀ, ସମାଜସେବୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ । ଏକ ଆଧ୍ୟାତ୍ମିକ ପରିବେଶରେ ଓଡିଶାର ବିଭିନ୍ନ ଆଶ୍ରମ, ମଠ, ମନ୍ଦିର, ସ୍କୁଲ ଓ କଲେଜ ସମେତ କେନ୍ଦ୍ରାପଡାର ଆରାଧ୍ୟ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ରଥଦାଣ୍ଡ ଏବଂ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ବଡଦାଣ୍ଡ ସନ୍ନିକଟ ମୁକ୍ତାକାଶ ରଙ୍ଗମଞ୍ଚରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ସୂଚାରୁ ରୂପେ ପାଳିତ ହୋଇଥିବାରୁ ଶ୍ରୀମା ପ୍ରାର୍ଥନା କମିଟିର ସମସ୍ତ ସଦସ୍ୟ, ବଳଦେବ ସେନାର କର୍ମକର୍ତ୍ତା, ତୁଳସୀ କଲଚରାଲ ଗ୍ରୁପର କର୍ମକର୍ତ୍ତା ଏବଂ ପ୍ରାର୍ଥନା ଦିବସର ମହତ୍ୱ ସମସ୍ତଙ୍କ ପାଖରେ ପହଞ୍ଚାଇଥିବା ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସାଧୁବାଦ ପ୍ରଦାନ କରିବା ବେଳେ ଏଥିପାଇଁ ଆକୁଣ୍ଠ ସହଯୋଗ କରିଥିବା ସ୍ୱାମୀ ପ୍ରଜ୍ଞାନନନ୍ଦଜୀ ମହାରାଜ, କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା, ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ସୁପୁତ୍ର ସମାଜସେବୀ ଗୁରୁପ୍ରସାଦ ମହାନ୍ତି ଓ ପୁତ୍ରବଧୁ ତଥା ଶ୍ରୀଜଗନ୍ନାଥ କ୍ୟାନସର ଫାଉଣ୍ଡେସନର ସଭାପତି ଗାୟତ୍ରୀ ମହାନ୍ତି, କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜ ଏବଂ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶ୍ରୀମା ଜାନୁଆରୀ ପହିଲାକୁ ବିଶ୍ୱଶାନ୍ତି ସର୍ବଧର୍ମ ପ୍ରାର୍ଥନା ଦିବସ ରୁପେ ସ୍ୱୀକୃତି ପ୍ରଦାନ ପାଇଁ ସରକାରଙ୍କୁ ନିବେଦନ କରିଥିଲେ । ସମୀକ୍ଷା ବୈଠକରେ ଉପସ୍ଥିତ ସଦସ୍ୟମାନେ କରୋନାରେ ପିଡିତ ବିଧାୟକ ଶ୍ରୀ ବେହେରାଙ୍କ ଆଶୁ ଆରୋଗ୍ୟ କାମନା ସହ ବିଶ୍ୱରୁ କରୋନା ମହାମାରୀ ଦୁର ପାଇଁ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କୁ ପ୍ରାର୍ଥନା କରିଥିଲେ । ଏହି ବୈଠକରେ ସ୍ୱାମୀ ରାମଶରଣାନନ୍ଦ ସରସ୍ୱତୀ, ପ୍ରର୍ଥନା କମିଟି ସମ୍ପାଦକ ଶଚ୍ଚିକାନ୍ତ ନାଥ, ରବି ମହାପାତ୍ର, ଡଃ. କାଳୀପ୍ରଶନ୍ନ ଶତପଥୀ, ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତି, ଅଧ୍ୟାପକ ଅଜୟ ସାମଲ, ଡଃ. ବାସୁଦେବ ଦାସ, ନିରଞ୍ଜନ ମେକାପ, ହେମନ୍ତ ପରିଡା, ସଞ୍ଜୟ ମଥାନ, ସଞ୍ଜୟ ଜେନା, ମନୋରଞ୍ଜନ ମହାନ୍ତି, ମେଜର ଭରତ ଚନ୍ଦ୍ର ଜେନା, ଦ୍ରୌପଦୀ ରାଉତ, ସୁମିତ୍ରା ପାଢୀ, ସରପଞ୍ଚ ଗାୟତ୍ରୀ ମହାନ୍ତି, ମନୋରଞ୍ଜନ ତ୍ରିପାଠୀ, ଶ୍ରୀଧର ମହାନ୍ତି, ଅଭିମନ୍ୟୁ ଗୋଛାୟତ, ଶ୍ରୀଧର ରାଉତ, ଶରତ ବରାଳ, ନଳୀନି ମହାନ୍ତି, ବିରଞ୍ଚି ରାଉତ, ମନୋଜ ମହାନ୍ତି, ସ୍ନେହଲତା ପ୍ରଧାନ, ମଥୁରୀ ସାହୁ, କୁଳମଣୀ ଦାସ, ସନ୍ତୋଷ ପଣ୍ଡା, ମୃତ୍ୟୁଞ୍ଜୟ ମହାନ୍ତି, ବିରେନ ଦାସ, ପ୍ରଶାନ୍ତ ସେଠୀ, ଦେବେନ୍ଦ୍ର ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।


