ବନ୍ତରେ ରକ୍ତଦାନ ଶିବିର ଅନୁଷ୍ଠିତ
ବନ୍ତ, (ଚାନ୍ଦିନୀ ମହାନ୍ତି) :ଭଦ୍ରକ ଜିଲ୍ଲା ରକ୍ତ ସଙ୍ଗଠନ ପକ୍ଷରୁ ବନ୍ତ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ରମାକାନ୍ତ ସ୍ୱାଇଁ, ମହତାବ ମଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମାକାନ୍ତ ଜେନା, ସରପଞ୍ଚ କୃପାସିନ୍ଧୁ ସେଠୀ ଯୋଗ ଦେଇଥିଲେ । ଜିଲା ରକ୍ତ ସଂଗଠନର ସଭାପତି ମିଥୁନ ଜେନା, ତପନ ଜେନା, ସୁବ୍ରତ ନାୟକ, ଲୋକନାଥ ସ୍ୱାଇଁ, ଅଭୟ ଜେନା, ରୁଦ୍ର ପ୍ରସାଦ ମିଶ୍ର, ଦିବ୍ୟ ରଂଜନ ସାହୁଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ । ଭଦ୍ରକ ରକ୍ତ ଭଣ୍ଡାରର ଡାକ୍ତର ଓ କର୍ମଚାରୀ ମାନେ ରକ୍ତ ସଂଗ୍ରହ କାର୍ଯ୍ୟରେ ସହଯୋଗ କରିଥିଲେ ।


