ପଦ୍ମଶ୍ରୀ ଶାନ୍ତିଦେବୀଙ୍କ ବିୟୋଗରେ ସମାଜବାଦୀ ପାର୍ଟିର ଶୋକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଭୂଦାନ ଆନ୍ଦୋଳନର ଅଗ୍ରଣୀ ନାରୀନେତ୍ରୀ, ଯମୁନାଲାଲ ବାଜଜ ପୁରସ୍କାରପ୍ରାପ୍ତ ସେବିକା ତଥା ମଦ ବିରୋଧୀ ଆନ୍ଦୋଳନର ଅଗ୍ରଗଣ୍ୟା ଗାନ୍ଧିବାଦୀ ନେତ୍ରୀ ତଥା ରାୟଗଡ଼ା ଜିଲ୍ଲା ଗୁଣୁପୁରର ସର୍ବସେବା ସଂଘର ପ୍ରତିଷ୍ଠାତା ପଦ୍ମଶ୍ରୀ ଶାନ୍ତିଦେବୀଙ୍କ ବିୟୋଗରେ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଏକ ଶୋକବାର୍ତ୍ତାରେ କହିଛନ୍ତି ଯେ, ଶାନ୍ତିଦେବୀଙ୍କ ବିୟୋଗ ଓଡ଼ିଶାର ଅବହେଳିତ, ଭୂମିହୀନ, ଗରୀବ ଓ ଆଦିବାସୀମାନଙ୍କ ପାଇଁ ଏକ ଅପୂରଣୀୟ କ୍ଷତି । ବିନୋବା ଭାବେଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଭୂଦାନ ଆନ୍ଦୋଳନରେ ସ୍ୱାମୀ ଗାନ୍ଧିବାଦୀ ରତନ ଦାସଙ୍କ ସହିତ କାନ୍ଧରେ କାନ୍ଧ ମିଳାଇ, ପାଦରେ ପାଦ ମିଳାଇ ଦୀର୍ଘ ୬୦ ବର୍ଷ ଧରି ଶ୍ରୀମତୀ ଶାନ୍ତିଦେବୀ ନକ୍ସଲ ପ୍ରବଣ ଗୁରୁପୁର ଅଞ୍ଚଳରେ ଗରୀବ, ଆଦିବାସୀଙ୍କ ପାଇଁ ଓ କୁଷ୍ଠରୋଗୀଙ୍କ ପାଇଁ ଯେଉଁ ସେବା କରିଯାଇଛନ୍ତି, ତାହା ତାଙ୍କୁ ଅମର କରି ରଖିବ । ଭଗବାନ ତାଙ୍କର ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ଏବଂ ଆଗାମୀ ଦିନରେ ଆହୁରି ବାହୁ ଶାନ୍ତି ଦେବୀ ସେବା ସଂଗ୍ରାମକୁ ଆଗେଇ ନେବା ପାଇଁ ଆଗେଇ ଆସନ୍ତୁ ବୋଲି ବେହେରା ଆଶାପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ