ସତୁରୀ ଏକର କଦଳୀ ଚାଷ ନଷ୍ଟ ଚିନ୍ତାରେ ଚାଷୀ 

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : କାଶୀନଗର ବ୍ଲକ୍ ଗୁଦୁରା ପଞ୍ଚାୟତ ଅନ୍ତର୍ଗତ ବୁଦୁରା , ବଥବା ଓ ଆର୍.କେ.ପୁର ଗ୍ରାମର କେତେକ ଚାଷୀ ଭାଇମାନେ କଷ୍ଟକରି ପ୍ରାୟ ସତୁରୀ ଏକର ଜମିରେ କଦଳୀ ଚାଷ କରିଥିଲେ । ଚାଷ ଓ ଗଛର ଯତ୍ନ ନେବାରେ ସେମାନଙ୍କର ପାଖାପାଖି ଏକ କୋଟି ଟଙ୍କା ଖର୍ଚ ହୋଇଥିଲା । କିନ୍ତୁ ବର୍ତମାନ ଶୀତଦିନର ଅଦିନିଆ ବର୍ଷା ପବନରେ କଦଳୀ ଗଛ ସବୁ ଭାଙ୍ଗି ନଷ୍ଟ ହୋଇଯାଇଥିଲା , କିନ୍ତୁ ଏହି ଚାଷୀ ଭାଇମାନଙ୍କ ପ୍ରତି କାହାର ହେଲେ ଦ୍ରୁଷ୍ଟି ନଥିବାର ଅଭିଯୋଗ ଜଣାଇଛନ୍ତି ଚାଷୀ ଜି.ମୀନାରାଓ, ଆଇ.ସିମାଞ୍ଚଳ, ଏ.ଲକ୍ଷ୍ମୀ ନାରାୟଣା , ଏ.କ୍ରୀଷ୍ଣା , ଏସ୍.ଉମା ପ୍ରମୁଖ ଜଣାଇଛନ୍ତି । ନିଜ ଏବଂ ନିଜର ପରିବାର ଭରଣ ପୋଷଣ କରିବାପାଇଁ କିଛି ଉପାୟ ନଥିବାରୁ ଶେଷରେ ସେମାନେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାହାଯ୍ୟ ମିଳିବା ଆଶା ନେଇ କ୍ଷତିଗ୍ରସ୍ତ ଚାଷୀମାନେ ଜଗି ବସିଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ