“ଘୁମୁସର ର ସ୍ଵର” ପକ୍ଷରୁ ୧୦୫ ତମ ସାହିତ୍ୟ ଆସର : ସମ୍ବର୍ଦ୍ଧନା ସଭା

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଓଡିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତିର ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ଵର” ବାଲିପଦର ପକ୍ଷରୁ ପୈାଷ ପୂର୍ଣ୍ଣିମା ଅବସରରେ କେନ୍ଦୁପଦର ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟ ଠାରେ ପ୍ରତିଷ୍ଠାନର ସଭାପତି ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୈାରହିତ୍ୟରେ ସାହିତ୍ୟ ଆଲୋଚନା ଚକ୍ର, କବିତା ପାଠୋତ୍ସବ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବରିଷ୍ଠ ଅଧିବକ୍ତା ସୋମନାଥ ନାୟକ ଯୋଗଦେଇ ଥିବାବେଳେ ଅନ୍ୟ ତମ ଅତିଥି ଭାବେ ଡାକ୍ତର ପ୍ରଦୀପ୍ତ ଚନ୍ଦ୍ର ସିଂହ, ଡ଼.ବାୟାମନୁ ଚର୍ଚ୍ଚି, ଶିବରାମ ପଣ୍ଡା, ପ୍ରାକ୍ତନ ଅଧ୍ୟକ୍ଷ କୃତିବାସ ବିଶ୍ୱାଳ, କେନ୍ଦୁପଦର ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ସନ୍ତୋଷ କୁମାର ଆପଟ, ପ୍ରକାଶକ ରାଜ କିଶୋର ଦାସ, ଡ଼.ସୁରେନ୍ଦ୍ର କୁମାର ସାହୁ, କବି ଅନନ୍ତ କର ଯୋଗଦେଇ ପ୍ରାଚୀନ ସାହିତ୍ୟର ଗୁରୁତ୍ବ ଓ ସଂପ୍ରତି ସୃଷ୍ଟି ହେଉଥିବା ସାହିତ୍ୟର ଗତି ସମ୍ପର୍କରେ ଆଲୋକପାତ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟ କବିତା ଆସର କାର୍ଯ୍ୟକ୍ରମରେ କବି ରବିନ୍ଦ୍ର କୁମାର ଆଚାର୍ଯ୍ୟ, ଗୈାରୀ ଶଙ୍କର ମିଶ୍ର, ସୁଜାତା ସିଂ, ଶ୍ରୀଧର ମିଶ୍ର, ସୁଦର୍ଶନ ପାତ୍ର, ଗୋପାଳ ଚନ୍ଦ୍ର ଲେଙ୍କା, ଭଜରାମ ସେଠୀ, ଭାସ୍କର ରାଉତ, ସୁବାସ ଚନ୍ଦ୍ର ତାରିଣୀ, ଅନୁପମ ବାନାର୍ଜୀ, ବସନ୍ତ କୁମାର ବିଷୋୟୀ, ହୃଷିକେଶ ସାହୁ, ଜି.ରାଜଶ୍ବରପାତ୍ର ପ୍ରମୁଖ ସ୍ଵରଚିତ କବିତା ପାଠ କରିଥିଲେ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବରିଷ୍ଠ ସାହିତ୍ୟିକ ରାଜକିଶୋର ଦାସ, ଶିକ୍ଷାବିତ୍ କୃତିବାସ ବିଶ୍ୱାଳ ଓ ଡକ୍ଟର ସନ୍ତୋଷ କୁମାର ଆପଟଙ୍କୁ “ଘୁମୁସର ର ସ୍ଵର” ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଖଲି ପରିଡା ଉପସଂହାର ବକ୍ତବ୍ୟ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ