ଏନ୍ସିଆର୍ବିର ଦୁର୍ଘଟଣାଜନିତ ମୃତ୍ୟୁ ଓ ଆତ୍ମହତ୍ୟା ରିପୋର୍ଟ
ନୂଆଦିଲ୍ଲୀ : ୨୦୧୬ ମସିହାରେ ଓଡ଼ିଶାରେ ପ୍ରାକୃତିକ ବିଭୀଷିକା ଜନିତ କାରଣରୁ ସମୁଦାୟ ୪୬୭ ଜଣଙ୍କର ମୃତ୍ୟୁ ହାଇଥିଲା । ସେମାନଙ୍କ ମଧ୍ୟରୁ ବଜ୍ରପାତରେ ସର୍ବାଧିକ ୩୭୬ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨୯୦ ଜଣ ପୁୁରୁଷ ଓ ୮୬ ଜଣ ମହିଳା । ଆଶ୍ୱାସନାର ବିଷୟ ହେଉଛି, ୨୦୧୫ ମସିହାରେ ୯୫୪ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ୨୦୧୬ ମସିହାରେ ଏହା ୫୧ ପ୍ରତିଶତ ହ୍ରାସ ପାଇଛି । ବଜ୍ରପାତଜନିତ ମୃତ୍ୟୁ ଘଟଣାରେ ବି ଓଡ଼ିଶା ଦେଶର ପ୍ରଥମ ସ୍ଥାନରେ ରହିଛି । ତା’ ତଳକୁ ରହିଛି କର୍ଣ୍ଣାଟକ ଓ ତାମିଲନାଡ଼ୁ ।
ଏନ୍ସିଆର୍ବି ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦୁର୍ଘଟଣାଜନିତ ମୃତ୍ୟୁ ଓ ଆତ୍ମହତ୍ୟା ସମ୍ପର୍କରେ ଏକ ଚିତ୍ର ଦିଆଯାଇଛି । ଏଥିରେ ଦର୍ଶାଯାଇଛି ଯେ, ୨୦୧୬ ମସିହାରେ ଦୁର୍ଘଟଣାଜନିତ କାରଣରୁ ସମୁଦାୟ ୧୨,୨୮୮ ଜଣଙ୍କର ପ୍ରାଣହାନି ଘଟିଛି । ସେମାନଙ୍କ ମଧ୍ୟରୁ ପୁରୁଷଙ୍କ ସଂଖ୍ୟା ୯,୩୫୪ ଓ ମହିଳାଙ୍କ ସଂଖ୍ୟା ୨,୯୩୫ ।
ରିପୋର୍ଟ ଅନୁସାରେ, ୨୦୧୬ ମସିହାରେ ଓଡ଼ିଶାରେ ଡଙ୍ଗା ବୁଡ଼ିବା ଯୋଗୁ ୧୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପାଣିରେ ବୁଡ଼ି ୩୭୫ ଜଣଙ୍କର ମୃତ୍ୟୁ ହୋଇଛି । ସେହିଭଳି, ବିଦ୍ୟୁତ୍ ଆଘାତରେ ୩୨୯ ଜଣ, ଆକସ୍ମିକ ବିସ୍ଫୋରଣରେ ୧୦ ଜଣ, ଉଚ୍ଚସ୍ଥାନରୁ ଖସି ପଡ଼ି ୭୦୫ ଜଣ, ଆକସ୍ମିକ ଅଗ୍ନିକାଣ୍ଡରେ ୪୨୫ ଜଣ, ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣରେ ୮୯ ଜଣଙ୍କର ମୃତ୍ୟୁ ହୋଇଛି । ବ୍ୟାବସାୟିକ ପ୍ରତିଷ୍ଠାନରେ ଅଗ୍ନିକାଣ୍ଡ ଯୋଗୁଁ ୩୮ ଜଣଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ କୁହାଯାଇଛି । ୨୦୧୬ ବ୍ୟାବସାୟିକ ପ୍ରତିଷ୍ଠାନରେ ଅଗ୍ନିକାଣ୍ଡ ଜନିତ ମୃତ୍ୟୁରେ ଓଡ଼ିଶା ଦେଶର ପଞ୍ଚମ ସ୍ଥାନରେ